ବାଟିଗୋରଡ଼ା ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ

ସାକ୍ଷୀଗୋପାଳ,୨୫ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ନିକଟ ବାଟିଗୋରଡ଼ା ଗ୍ରାମରେ ଜମିଜମା ବିବାଦକୁ ନେଇ ୨୦୧୮ରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ଅନ୍ତରୀଣ ଜାମିନ ଆବେଦନ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଛି। ଜଷ୍ଟିସ୍‌ ଦେବବ୍ରତ ଦାସଙ୍କ ଖଣ୍ଡପୀଠ ଆବେଦନକୁ ଅଗ୍ରାହ୍ୟ କରିଥିବା ଜଣାପଡ଼ିଛି।

ସୂଚନା ଥାଉକି, ଆପନା ପ୍ରଧାନ ଓ ଜଟି ବାରିକଙ୍କ ପରିବାର ୨୦୧୮ ମାର୍ଚ୍ଚ ୩୦ରେ ଗଣ୍ଡଗୋଳ ଓ ମାରପିଟ୍‌ରୁ ଅଭିଯୋଗକାରୀ ଆପନା ପ୍ରଧାନଙ୍କ ବୋହୂ ଶାନ୍ତିଲତା ଗୁରୁତର ହୋଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନା କେସ୍‌ ନଂ ୮୩/୨୦୧୮ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲା ଏବେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି। ସତ୍ୟବାଦୀ ଥାନା ପକ୍ଷରୁ ଠିକ୍‌ ସମୟରେ ମାନ୍ୟବର ହାଇକୋର୍ଟଙ୍କ ଆଦେଶ କ୍ରମେ କେସ୍‌ ରେକର୍ଡ ଦାଖଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ସମରେଶ ଜେନା ମାମଲା ପରିଚାଳନା କରିଥିଲେ।