Categories: ବାଣିଜ୍ୟ

ବ୍ରିଟେନରେ ନୀରବ ମୋଦି ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ,୨୫।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନ ଜେଲରେ ଥିବା ପଳାତକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଗୁରୁବାର ହେବ। ବ୍ରିଟେନ ଅଦାଲତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ନୀରବଙ୍କୁ ୨୦୧୯ ମାର୍ଚ୍ଚ ୨୫ରେ ଗିରଫ କରାଯାଇଥିଲା। ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ସେ ଓ୍ବାଣ୍ଡସଓ୍ବାର୍ଥ ଜେଲରୁ ଭିଡିଓ ଲିଙ୍କ୍‌ ଜରିଆରେ ହାଜର ହେଉଥିଲେ। ତାଙ୍କୁ ଓ୍ବେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ଜିଲା ମାଜିଷ୍ଟ୍ରେଟ ସାମୁଏଲ ଗୁଜି ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡିଛି। ନୀରବ ଭାରତରେ କୌଣସି କୋର୍ଟଙ୍କ ସାମ୍ନାରେ ହାଜର ହେବା ନେଇ ଏହି ଶୁଣାଣି ଅନେକ ଗୁରୁତ୍ୱ ବହନ କରୁଛି। ମାଜିଷ୍ଟ୍ରେଟ୍‌ଙ୍କ ଏହି ନିଷ୍ପତ୍ତି ପରେ ଫାଇଲକୁ ବ୍ରିଟେନର ହୋମ୍‌ ସେକ୍ରେଟେରି ପ୍ରୀତି ପଟେଲଙ୍କ ପାଖକୁ ପଠାଇ ଦିଆଯିବ।

Share