Categories: ଫୁରସତ

୬ ମହଲାରୁ କାର୍‌ ଉପରକୁ ଖସିପଡ଼ିଲା ବିଲେଇ, ଗାଡ଼ିର ଅବସ୍ଥା ବେହାଲ, ଭିଡିଓ ଦେଖିଲେ…

ଥାଇଲାଣ୍ଡରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବ୍ୟାଙ୍କକକ୍‌ସ୍ଥିତ ଏକ କୋଠାର ୬ ମହଲାରୁ ଖସିପଡ଼ିବା ପରେ ଏକ ବିଲେଇ ବଞ୍ଚି ଯାଇଥିଲା। ମାତ୍ର ଯେଉଁ କାର୍‌ ଉପରକୁ ବିଲେଇଟି ଖସି ପଡ଼ିଥିଲା ତାହାର ଆଗ କାଚ ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା। ବିଲେଇ କିନ୍ତୁ ସୁରକ୍ଷିତ ଥିଲା। ଭିଡିଓ ଦେଖିଲେ ଆଶର୍ଯ୍ୟ ହେବେ।

Apiwat Toyothaka ନାମକ ଏକ ଫେସ୍‌ବୁକ୍‌ ପେଜ୍‌ରେ କ୍ଷତିଗ୍ରସ୍ତ କାର୍‌ ଏବଂ ବିଲେଇର ଫଟୋ ଶେୟାର ହୋଇଛି। ଟୟୋଥାକାଙ୍କ ଅନୁଯାୟୀ, ସିଫୁ ନାମକ ଏକ ବିଲେଇର ଓଜନ ୮ରୁ ସାଢ଼େ ୮ କିଲୋଗ୍ରାମ ଥିଲା। ପୋଷ୍ଟର କ୍ୟାପଶନରେ ଲେଖାଥିଲା, ‘ସକାଳ ୭ାରେ ନୀତି ଫୋନ୍‌ କରି କହିଲା କାର୍‌ରେ ଗୋଟିଏ ବିଲେଇ ଅଛି। ମୁଁ ଚିନ୍ତିତ ଅଛି। ଏହା କାର ଭିତରେ କିପରି ପଡ଼ିଲା? ସେ କହିଛନ୍ତି ବିଲେଇର ଓଜନ ୮.୫ କିଲୋଗ୍ରାମ। ଏହା ୬ ମହଲାରୁ ଖସି ଆସିଛି। ଫଳରେ କାର୍‌ର ଆଗ କାଚ ଭାଙ୍ଗିଯାଇଛି।

ସିଫୁ ତାଙ୍କ ମାଲିକଙ୍କ ସହ ମେ’ ୨୭ରେ ବାଲକୋନିରେ ବୁଲୁଥିଲା। ଏହି ସମୟରେ ଖସିପଡ଼ିଥିଲା। ସିଫୁକୁ ତୁରନ୍ତ ସ୍କାନ ପାଇଁ ଭେଟ୍‌ନାରୀ ଡକ୍ଟରଙ୍କ ପାଖକୁ ନିଆଯାଇଥିଲା।ତା’ର ସାମାନ୍ୟ ଆଘାତ ଲାଗିବା ସହ ନାକ ଫୁଲି ଯାଇଥିଲା ଏବଂ ଆଙ୍ଗୁଠିଟି ସାମାନ୍ୟ ଫାଟି ଯାଇଥିଲା। ସେ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

Share