ରବିବାରଟା ଖରାପ କରିଦେଲା ବିଲେଇ, ଫଟୋ ଶେୟାର କରି ଆଲିଆ କହିଲେ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ମା’ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କ ମାତୃତ୍ୱ ସମୟ ବିତାଉଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅ ରାହାଙ୍କ ଚେହେରା ଦେଖାଇ ନାହାନ୍ତି, କିନ୍ତୁ ତାଙ୍କର ନିରୀହ ଚେହେରା ଦେଖାଇ ପ୍ରତିଦିନ ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି।

ଆଲିଆ ଆଜି ଅର୍ଥାତ୍‌ ରବିବାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ବିଲେଇ ସହ ପୋଜ ଦେଇଥିବା ନଜର ଆସିଛନ୍ତି। ଫଟୋରେ ଆଲିଆ ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ କେଶ ମୁକୁଳା ରଖିଛନ୍ତି। ତାଙ୍କର ଏହି ଲୁକ୍‌ ଖୁବ୍‌ ସୁନ୍ଦର ଦେଖାଯାଉଛି।

ଏକ ଖଟରେ ଆଲିଆ ଶୋଇଥିବା ନଜର ଆସିଛନ୍ତି। ଏହି ସମୟରେ ସେ ତାଙ୍କ ପୋଷା ବିଲେଇ ଏଡ୍‌ଓ୍ବାର୍ଡର ପ୍ରତିକ୍ରିୟା ଅନୁସରଣ କରୁଥିବା ଦେଖାଯାଏ। ପ୍ରଥମ ଫଟୋରେ ଆଲିଆ ତାଙ୍କ ବିଲେଇ ଆଖିକୁ ଚାହିଁଥିବା ବେଳେ ଦ୍ୱିତୀୟ ଫଟୋରେ ସେ ବହୁତ ଅଦ୍ଭୁତ ପ୍ରତିକ୍ରିୟା ଦେଉଥିବାର ନଜର ଆସିଛନ୍ତି।

ଫଟୋ ଶେୟାର କରି ଆଲିଆ କ୍ୟାପ୍‌ଶନରେ ଲେଖିଛନ୍ତି, ‘ଏହା ଏକ ସୁନ୍ଦର ରବିବାର। ଯାହାକୁ ତୁମ ବିଲେଇ ଅଣଦେଖା କରୁଛି। ସେ ହ୍ୟାସ ଟ୍ୟାଗ୍‌ ‘ନଟ୍‌ ସୋ ହ୍ୟାପି ସନ୍‌ଡେ’ କ୍ୟାପଶନ ଲେଖିଛନ୍ତି।

ନିକଟରେ ଆଲିଆ ମିଡିଆ ଏବଂ କ୍ୟାମେରା ମ୍ୟାନ୍‌ଙ୍କ ପାଇଁ ତାଙ୍କ ସ୍ବାମୀ ରଣବୀରଙ୍କ ସହ ଏକାଠି ନଜର ଆସିଥିଲେ। ଏହି ସମୟରେ ଦମ୍ପତି ଲୋକମାନଙ୍କୁ ଝିଅ ରାହାର ଫଟୋ ଏବଂ ଭିଡିଓ ନ କରିବାକୁ ଏକ ବିଶେଷ ଅନୁରୋଧ କରିଥିଲେ। ଏହା ପରେ ଆଲିଆ ଏବଂ ରଣବୀର ମୁମ୍ବାଇରେ ଥିବା ବିଲ୍ଡିଂ ବାହାରେ ନଜର ଆସିଥିଲେ। ଯେଉଁଠାରେ ସେମାନେ ଝିଅ ରାହାକୁ ବୁଲାଇବା ପାଇଁ ନେଇଥିଲେ। ତାଙ୍କ ସହ ଆଲିଆଙ୍କ ଭଉଣୀ ଶାହିନ ଭଟ୍ଟ ମଧ୍ୟ ନଜର ଆସିଥିଲେ।

Share