Categories: ଫୁରସତ

ମା’ ମାଙ୍କଡ଼ ଭଳି ଛୁଆକୁ ନେଉଛି ବିଲେଇ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଲେଇ ମାଙ୍କଡ଼ଛୁଆକୁ କୋଳେଇକି ନେଇ ଯାଉଥିବା ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଏପରି ଲାଗିବ ଯେପରି ମା’ ମାଙ୍କଡ଼ ତା ଛୁଆକୁ ନେଇ ଯାଉଛି। ମାଙ୍କଡ଼ ଯେପର ତା’ଛୁଆକୁ ନେଇଯାଏ ବିଲେଇ ଠିକ୍‌ ସେହିପରି ତାକୁ ନେଇକି ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓଟିକୁ ଅନେକ ପସନ୍ଦ କରିଥିବା ବେଳେ ଅନେକ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି।

Share