ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ
ଏକ ଏଣ୍ଡୁଅକୁ ବିଲେଇ ମାରି ଖାଇବାକୁ ଆସୁଥିବା ବେଳେ ଏଣ୍ଡୁଅ ବିଲେଇକୁ ଲାଞ୍ଜରେ ପିଟି ଦେଇ, ପନେ ଦେଇଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପ୍ଶନ୍ରେ ସେ ଲେଖିଛନ୍ତି ଯେ, ସ୍ଲାପ ଅଫ୍ ୨୦୨୦। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।