ଚିନ୍ତାର କାରଣ ଚାଇନା

ଡାନିଏଲ କେ.ଗାର୍ଡନର

ଚାଇନା ଅତୀତର ଜୀବାଶ୍ମ ଇନ୍ଧନ ଶକ୍ତି ନିର୍ଭରଶୀଳତାକୁ ଛାଡି ପାରୁନାହିଁ କି ଅକ୍ଷୟ ଶକ୍ତିସମ୍ପନ୍ନ ଭବିଷ୍ୟତକୁ ଆପଣାଇପାରୁ ନାହିଁ । ଏହି ଦୁଇ ବିକଳ୍ପ ମଧ୍ୟରେ ଏବେ ଫସିଯାଇଛି। ଚାଇନା ବିଶ୍ୱର ମୋଟ ତାପଜ ଶକ୍ତିର ୫୩% ଉପତ୍ାଦନ କରୁଛି। ସୋଲାର ପ୍ୟାନେଲ, ଓ୍ବିଣ୍ଡ୍‌ ଟର୍ବାନ୍‌ ଏବଂ ବିଦ୍ୟୁତ୍‌ଚାଳିତ ଯାନ ଉପତ୍ାଦନ ଏବଂ ଏହାର ବଜାରୀକରଣରେ ଚାଇନା ବି ବିଶ୍ୱରେ ଏକ ଅଗ୍ରଣୀ ଦେଶ। ତେବେ ଅନେକ ଦଶନ୍ଧି ଧରି ତାପଜ ବିଦ୍ୟୁତ ଉପତ୍ାଦନ ସହ ଜଡ଼ିତ ଥିବା ଚାଇନା ଏଥିରୁ ବିରତ ରହି କେବଳ ତା’ ଭବିଷ୍ୟତ ପରିବେଶ ପାଇଁ ନୁହେଁ, ବରଂ ବର୍ଦ୍ଧିତ ଜଳବାୟୁ ସଙ୍କଟକୁ ଦୃଷ୍ଟିରେ ରଖି ପୃଥିବୀର ଭବିଷ୍ୟତ ନିର୍ଣ୍ଣୟ କରିପାରିବ କି। ୨୦୦୦ ଦଶନ୍ଧିର ପ୍ରାରମ୍ଭରେ ଚାଇନାର ନେତୃବର୍ଗ ଏକ ପରିବର୍ତ୍ତନର ଆବଶ୍ୟକତା ରହିଥିବା ମନେ କରିଥିଲେ। ଫଳରେ ସେତେବେଳେ ତାପଜ ଇନ୍ଧନ ଦ୍ୱାରା ଆର୍ଥିକ ଅଭିବୃଦ୍ଧି କରିବାର ନୀତି ଯେଭଳି ସମୃଦ୍ଧି ଆଣିଥିଲା,ସେହିଭଳି ଦେଶର ବାୟୁ ଓ ଜଳ ପ୍ରଦୂଷଣ ଆଶାତୀତ ଭାବେ ବୃଦ୍ଧି ପାଇଥିଲା।
ପରିବେଶଗତ ସିଦ୍ଧାନ୍ତର ଆହ୍ବାନ ହେଉଛି, ଏକ ପରିବେଶ ଉପଯୋଗୀ ସମାଜ ପ୍ରତିଷ୍ଠା କରିବା, ଯେଉଁଥିରେ ପ୍ରକୃତି ଓ ମଣିଷଙ୍କ ମଧ୍ୟରେ ଏକ ସୁସଙ୍ଗତ ସମନ୍ବୟ ରହିିବ। ୨୦୧୨ରେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଯେତେବେଳେ କ୍ଷମତାକୁ ଆସିଲେ ସେ ତତ୍‌କ୍ଷଣାତ୍‌ ଏହି ବିଷୟକୁ ଗ୍ରହଣ କଲେ। ଶୀଘ୍ର ସଫଳତା ପାଇବା ଲାଗି ଚାଇନା ସରକାର ପ୍ରଦୂଷଣ ବିରୋଧରେ ଯୁଦ୍ଧ ମଧ୍ୟ ଘୋଷଣା କଲା। ଜଳ, ବାୟୁ ଓ ପାଣି ଉପରେ ଆକ୍ସନ ପ୍ଲାନ ଆରମ୍ଭ କରି ପରିବେଶକୁ ସ୍ବଚ୍ଛ କରିବା ଓ ତାପଜ କେନ୍ଦ୍ର ବନ୍ଦ କରିବା ପାଇଁ ୧ ଟ୍ରିଲିୟନ ଡଲାର ବ୍ୟୟ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲା। ଏହା ସହ ପାରମ୍ପରିକ ବା ଅକ୍ଷୟ ଶକ୍ତି ବିକାଶରେ ଶହ ଶହ ବିଲିୟନ ଡଲାର ନିବେଶ କରିଥିଲା। ଘରୋଇ ଉପତ୍ାଦନ ଓ ବିଦ୍ୟୁତ୍‌ ଚାଳିତ ଯାନ ବିକ୍ରିକୁ ଅଗ୍ରାଧିକାର ଦେଲା ଏବଂ ପ୍ରଦୂଷଣ କମ୍‌ କରିବାକୁ ଦେଶବ୍ୟାପୀ କାର୍ବନ ନିର୍ଗମନ ହ୍ର୍ରାସ ପ୍ରକ୍ରିୟା ଆରମ୍ଭ କଲା। କିନ୍ତୁ ଚାଇନାର ଏହି ଅଭିଯାନ ଆଗକୁ ବଢିବା ବଦଳରେ ବିପରୀତ ହେବା ଏବେ ପୃଥିବୀ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୪ରୁ ୨୦୧୬ ମଧ୍ୟରେ ପ୍ରତ୍ୟେକ ବର୍ଷ କୋଇଲା ଉପଯୋଗ କମି ଥିଲା ଓ ତାହା ୨୦୧୬ରୁ ପୁଣି ଧୀରେ ଧୀରେ ବଢ଼ିଚାଲିଛି। ଏପରି କି ୨୦୨୦ରେ କୋଭିଡ୍‌ ମହାମାରୀ ଯୋଗୁ ଲକ୍‌ଡାଉନରେ କାର୍ବନ ଡାଇଅକ୍ସାଇଡ ନିର୍ଗମନ ମଧ୍ୟ ୧.୪ରୁ ୧.୭ % ବୃଦ୍ଧି ପାଇଛି।
ଚାଇନା କିଛି ଭଲ କରିବା ଦରକାର। ୨୦୧୯ର ୟୁନାଇଟେଡ୍‌ ନେଶନ୍ସ ଏମିସନ ଗ୍ୟାପ୍‌ ରିପୋର୍ଟର ସିଦ୍ଧାନ୍ତ ଥିତ୍ଲା ଯେ, ବିଶ୍ୱରେ ୨୦୧୮ରେ କାର୍ବନ ନିର୍ଗମନ ସ୍ତର ଯାହା ଥିଲା, ତାହାକୁୁ ୨୦୩୦ ସୁଦ୍ଧା ୫୫% ହ୍ରାସ କରିବାକୁ ହେଲେ ବିଶ୍ୱ ତାପନ ୧.୫ ଡିଗ୍ରୀ ସେଲ୍‌ସିୟସ କମାଇବାକୁ ହେବ। କିନ୍ତୁ ଚାଇନା ୨୦୨୦ରେ ୩୮.୪ ଗିଗାଓ୍ବାଟର ନୂଆ ତାପଜ ବିଦ୍ୟୁତ୍‌ ଶକ୍ତି କ୍ଷମତା ବୃଦ୍ଧି କଲା। ଏପରିକି ଏହି ସମୟରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମୋଟ ଉପତ୍ାଦନ କ୍ଷମତାର ୧୭.୨ ଗିଗାଓ୍ବାଟ କମାଇପାରିଛନ୍ତି। ଚାଇନାର ଏହି ପଦକ୍ଷେପ ଚିନ୍ତାଜନକ ଏବଂ ଏଭଳି ବୃଦ୍ଧି ତା’ର ଅୟମାରମ୍ଭ ମାତ୍ର। ଚାଇନା ସରକାର ଅତିରିକ୍ତ ୩୬.୯ ଗିଗାଓ୍ବାଟ କ୍ଷମତା ବଢ଼ାଇବା ପାଇଁ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ନିର୍ମାଣ କରିବାକୁ ଅନୁମୋଦନ କରିଛନ୍ତି। ଏବେ ନିର୍ମାଣାଧୀନ ପ୍ଲାଣ୍ଟର କ୍ଷମତାକୁ ନେଇ ଏହା ମୋଟରେ ୮୮ ଗିଗାଓ୍ବାଟକୁ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଆଉ ୧୫୮.୭ ଗିଗାଓ୍ବାଟର ତାପଜ ବିଦ୍ୟୁତ୍‌ କ୍ଷମତା ବିଶିଷ୍ଟ କେନ୍ଦ୍ର ପ୍ରତିଷ୍ଠା କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ବିଚାରାଧୀନ ଆଉ ସବୁ ନୂଆ ପ୍ଲାଣ୍ଟର କ୍ଷମତାକୁ ଏକାଠି କଲେ ତାହା ୨୪୭ ଗିଗାଓ୍ବାଟରେ ପହଞ୍ଚିବ, ଯାହା ଆମେରିକାର ସବୁ ପ୍ଲାଣ୍ଟରୁ ଉପତ୍ାଦିତ ୨୩୩.୬ ଗିଗାଓ୍ବାଟ୍‌ ତାପଜ ବିଦ୍ୟୁତ୍‌ଠାରୁ ମଧ୍ୟ ଅଧିକ ହେବ। ଚାଇନାରେ ଆହୁରି ଅଧିକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ମଧ୍ୟ ସମ୍ଭାବନା ରହିଛି। କୋଇଲା ଏବଂ ଶକ୍ତି ଶିଳ୍ପ ଗୋଷ୍ଠୀଗୁଡ଼ିକ ଆଗାମୀ ପାଞ୍ଚ ବର୍ଷରେ ଚାଇନାର ତାପଜ ଶକ୍ତି କ୍ଷମତାକୁ ବଢ଼ାଇବାକୁ ସରକାରଙ୍କୁ ଉତ୍ସାହିତ କରୁଛନ୍ତିି। ଏବକାର ସମୁଦାୟ ତାପଜ ଶକ୍ତି କ୍ଷମତା ୧,୦୮୦ ଗିଗାଓ୍ବାଟ୍‌ରୁ ୧,୨୦୦-୧,୩୦୦ ଗିଗାଓ୍ବାଟ ପର୍ଯ୍ୟନ୍ତ ବଢ଼ାଇବା ସହ ୨୦୩୫ ସୁଦ୍ଧା ଏହାକୁ ୧,୪୦୦ ଗିଗାଓ୍ବାଟ ଯାଏ ଚାହଁୁଛନ୍ତି। ଗ୍ଲୋବାଲ ଏନର୍ଜି ମନିଟର( ଜିଇଏମ୍‌) ରିପୋର୍ଟରୁ ଜଣାପଡିଛି ଯେ,ଯୋଜନା ମୁତାବକ ଚାଇନା ଯଦି ୨୦୩୫ ମଧ୍ୟରେ ଶକ୍ତି କ୍ଷମତା ବୃଦ୍ଧି କରେ, ତେବେ କେବଳ ଏହାର ତାପଜ ବିଦ୍ୟୁତ ଉପଯୋଗ ବୈଶ୍ୱିକ ତାପଜ ବିଦ୍ୟୁତ୍‌ ଉପତ୍ାଦନ ସୀମାଠାରୁ ୩ ଗୁଣ ଅଧିକ ହୋଇଯିବ। ବିଶ୍ୱ ତାପନକୁ ୨ ଡିଗ୍ରୀ ସେଲସିୟସ୍‌ ତଳେ ରଖିବାକୁ ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ ଏହି ସୀମା ନିର୍ଦ୍ଧାରଣ କରିଛି।
ହଂକଂର ପ୍ରତିବାଦ, ଆମେରିକା ସହ ବାଣିଜ୍ୟ ଯୁଦ୍ଧ ଏବଂ କରୋନା ମହାମାରୀ ପରିବେଶଗତ ସଂସ୍କାର ଲକ୍ଷ୍ୟରୁ ନୀତି ନିର୍ଦ୍ଧାରକଙ୍କୁ ଦୂରେଇ ଦେଇଛି। ଏହାସହ ଚାଇନାର ମୋଟ ଘରୋଇ ଉପତ୍ାଦନ ଅଭିବୃଦ୍ଧି ମଧ୍ୟ ମାନ୍ଦା ପଡ଼ିବା ସହ ବେରୋଜଗାରୀ ବୃଦ୍ଧି ପାଇଛି। ଏଣୁ ସରକାର ଷ୍ଟିଲ, ଆଇରନ ଏବଂ ସିମେଣ୍ଟ ଭଳି ଶକ୍ତି ପ୍ରଧାନ ଶିଳ୍ପଗୁଡ଼ିକ ବୃଦ୍ଧି କରିବା ଲାଗି ଅଧିକ ଆଗ୍ରହୀ ରହିଛନ୍ତି। ଆଞ୍ଚଳିକ ନେତାମାନେ ମଧ୍ୟ ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୁନଶ୍ଚ ଏବେକାର ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଚାଇନାର ଶକ୍ତି ସୁରକ୍ଷା ସମ୍ବନ୍ଧିତ ଚିନ୍ତା ବଢ଼ାଇଦେଇଛି। ଏହା ଯୋଗୁ ଏହି ଦେଶ ତୈଳ ଆବଶ୍ୟକତାର ୭୫% ଏବଂ ଗ୍ୟାସ ଆବଶ୍ୟକତାର ୪୦% ଆମଦାନୀ କରୁଛି। ତେବେ ଚାଇନା ଅକ୍ଷୟ ଶକ୍ତି ବିଶେଷକରି ସୌର ଓ ପବନ ଶକ୍ତି ଉପରେ ଅଧିକ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ ଆଗକୁ ଚାହିଦା ପୂରଣ କରିବାକୁ ଏହି ଉତ୍ସଗୁଡ଼ିକୁ୍‌ ଶୀଘ୍ର ବୃଦ୍ଧି କରିପାରିବ ନାହିଁ। ଏଣୁ ଚାଇନା ଅପେକ୍ଷାକୃତ କମ୍‌ ଖର୍ଚ୍ଚରେ ଉପଲବ୍ଧ ହେଉଥିବା ପ୍ରଚୁର କୋଇଲା ଉପଯୋଗ କରି ଅତୀତର ସୁବିଧାଜନକ ଓ ଭରସାଯୋଗ୍ୟ ଶକ୍ତି ଉତ୍ସକୁ ଫେରିବାକୁ ଚାହଁୁଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ସି ଜିନ୍‌ପିଙ୍ଗ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତି ପାଇଁ କ୍ଷେତ୍ର ପ୍ରସ୍ତୁତ କରି ବିଶ୍ୱତାପନ ବିରୋଧରେ ସଂଗ୍ରାମ କରିବାକୁ ସାର୍ବଜନୀନ ଆଧାର ସୃଷ୍ଟି କରିଥିଲେ। କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଆମେରିକା ଏହି ବିଷୟରୁ ଦୂରେଇ ଯିବା ସମ୍ଭବତଃ ଚାଇନାର ପ୍ରତିବଦ୍ଧତାକୁ ଦୁର୍ବଳ କରିଦେଲା।
ନିକଟରେ ଇଣ୍ଟରନ୍ୟାଶ୍‌ନାଲ ଏନର୍ଜି ଏଜେନ୍ସି ରିପୋର୍ଟ ସତର୍କ କରିଛି ଯେ, ବିଶ୍ୱକୁ ଯଦି ୨୦୫୦ ସୁଦ୍ଧା ସବୁଜ ଗୃହ ବାଷ୍ପ ନିର୍ଗମନ ଓ ବାୟୁମଣ୍ଡଳରୁ ଏହାର ଅପସାରଣରେ ଏକ ସମନ୍ବୟ ସ୍ଥିତି ହାସଲ କରିବାକୁ ଅଛି , ତେବେ ଚଳିତବର୍ଷ ସମସ୍ତ ନୂଆ ଜୀବାଶ୍ମ ଇନ୍ଧନର ବିକାଶ ପ୍ରକ୍ରିୟା ବନ୍ଦ କରାଯିବା ଉଚିତ। ଯାହାଦ୍ୱାରା ବିଶ୍ୱତାପନ ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖାଯାଇପାରିବ। ଏହି ରିପୋର୍ଟ ଆଧାରରେ ଚାଇନାର ଏବକାର ପଦକ୍ଷେପକୁ ଲକ୍ଷ୍ୟକଲେ ବିଶ୍ୱ ଆଗକୁ କି ପ୍ରକାର ଚାଇନା ଦେଖିତ୍ବାକୁ ଯାଉଛି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।
ସେପ୍ଟେମ୍ବର ୨୦୨୦ରେ ସି ଜିନପିଙ୍ଗ ଘୋଷଣା କରିଥିଲେ ଯେ, ୨୦୬୦ ସୁଦ୍ଧା ଚାଇନା କାର୍ବନ ନ୍ୟୁଟ୍ରାଲ (ବାୟୁମଣ୍ଡଳରେ କାର୍ବନ ନିର୍ଗମନ ଓ ଅବଶୋଷଣରେ ସନ୍ତୁଳନ ସ୍ଥିତି )ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚରେ ପ୍ରକାଶ ପାଇଥିବା ଚାଇନାର ଚତୁର୍ଦ୍ଦଶ ପଞ୍ଚବାର୍ଷିକ ଯୋଜନା(୨୦୨୧-୨୫)ରେ କାର୍ବନ ନିର୍ଗମନ ହ୍ରାସ କରିବାରେ ସରକାରଙ୍କ ରଣନୀତିର ରୂପରେଖ ସମ୍ପୂର୍ଣ୍ଣ ନିରାଶାଜନକ । ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜଳବାୟୁ ସମ୍ମିଳନୀରେ ଜିନପିଙ୍ଗ୍‌ ଘୋଷଣା କରିଥିଲେ ଯେ ନୂଆ ପଞ୍ଚବାର୍ଷିକ ଯୋଜନାରେ ଚାଇନା ତାପଜ ବିଦ୍ୟୁତ୍‌ ଉପଯୋଗକୁ ଦୃଢ଼ ଭାବେ ନିୟନ୍ତ୍ରଣ କରିବ,କିନ୍ତୁ ଏହାକୁ ବଢିବାକୁ ଦେବ ଏବଂ କେବଳ ୨୦୨୬ରୁ ହିଁ ପର୍ଯ୍ୟୟ କ୍ରମେ କମାଇବ। ଏଭଳି ନିର୍ଦ୍ଧାରିତ ସମୟ ସ୍ପଷ୍ଟ ନୁହେଁ ଓ ଏହାର ଗୁରୁତ୍ୱ ନ ଥିତ୍ବା ଭଳି ମନେହୁଏ। ଜିଇଏମ୍‌, ଟ୍ରାଞ୍ଜିଶନ ଜିରୋର ଜଳବାୟୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ବିଶ୍ୱତାପନ ବୃଦ୍ଧିକୁ ପ୍ରଳୟଙ୍କରୀ ୨ ଡିଗ୍ରୀ ସେଲ୍‌ସିୟସ ତଳେ ସୀମିତ ରଖିବାକୁ ଚାଇନାକୁ ୨୦୩୦ ସୁଦ୍ଧା ୧,୦୮୨ ତାପଜ କେନ୍ଦ୍ରରୁ ୬୦୦ ବନ୍ଦ କରିବାକୁ ହେବ। ଯଦି ସେମାନଙ୍କ କଥା ସତ, ତେବେ ଆରମ୍ଭରୁ ଚାଇନା ଅତ୍ୟଧିତ୍କ କାର୍ବନ ନିର୍ଗମନକାରୀ ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା ଅଭିଯାନରୁ ବିରତ ରହିଥିଲେ ଭଲ ହୋଇଥାଆନ୍ତା।
କୋ- ଅର୍ଗାନାଇଜର ଅଫ୍‌ ଚାଇନା ଏନ୍‌ଭାଇରନ୍‌୍‌ମେଣ୍ଟାଲ ଗ୍ରୁପ୍‌,
ହାଇ ମିଡୋସ ଏନ୍‌ଭାଇରନ୍‌ମେଣ୍ଟାଲ ଇନ୍‌ଷ୍ଟିଚ୍ୟୁଟ(ପ୍ରିନ୍ସଟନ ୟୁନିଭର୍ସିଟି)


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ନା ବିଦ୍ୟା

ଶିକ୍ଷା ଓ ବିଦ୍ୟା ଏକାଭଳି ଲାଗୁଛି। କିନ୍ତୁ ଶିକ୍ଷା ଗ୍ରହଣ କରିବା ଓ ବିଦ୍ୟା ଗ୍ରହଣ କରିବା ଆଦୌ ସମାନ ନୁହେଁ। କାରଣ ଶିକ୍ଷା ବ୍ୟକ୍ତିକୁ...

ପାହାଡ଼ ସୁରକ୍ଷା ଓ ଗୋବର୍ଦ୍ଧନରୁ ଗନ୍ଧମାର୍ଦ୍ଦନ

ପାହାଡ଼ ହେଉଛି ସମଗ୍ର ଜୀବଜଗତର ରକ୍ଷାକବଚ। ଜଳବାୟୁ ଓ ଋତୁଚକ୍ରର ସେ ନିୟାମକ। ପାହାଡ଼ର ଏହି ମହତ୍ତ୍ୱକୁ ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ମୁନିଋଷିମାନେ...

ଏଚ୍‌-୧ବି

ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ଅନ୍ୟତମ ପ୍ରମୁଖ ବ୍ୟକ୍ତି ଭାବେ ଟେସ୍‌ଲା ଓ ସ୍ପେସ୍‌ଏକ୍ସ ସିଇଓ ତଥା ‘ଏକ୍ସ’ (ପୂର୍ବରୁ ଟୁଇଟର...

ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ।...

ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି,...

ନିଯୁକ୍ତି ବୃଦ୍ଧି ଆବଶ୍ୟକ

ଆମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ...

ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ...

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri