ଆଞ୍ଜେଲ ଏଗ୍ରିଟେକ୍‌ ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଞ୍ଜେଲ ଏଗ୍ରିଟେକ କମ୍ପାନୀର ଡାଇରେକ୍ଟର ଏସ୍‌.କେ. ନାଜିବୁଲ୍ଲାଙ୍କୁ ସିବିଆଇ ପଶ୍ଚିମବଙ୍ଗରୁ ଗିରଫ କରିଛି। ଏହି କମ୍ପାନୀ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ୪୫୪.୫୪ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ନାଜିବୁଲ୍ଲା କୋଲକାତାସ୍ଥିତ ପୁଞ୍ଜି କମ୍ପାନୀ ଅଧୀନରେ ଏହି ଚିଟ୍‌ଫଣ୍ଡ୍‌ କମ୍ପାନୀ ଖୋଲିଥିଲେ। ଜମାକରୀଙ୍କୁ ଉଚ୍ଚ ହାରରେ ସୁଧ ଦେବା ସହ ସ୍ବଳ୍ପ ସମୟରେ ଅର୍ଥ ୨ ଗୁଣା ହେବାର ମିଥ୍ୟା ପ୍ରତିଶ୍ରୁତି ଦେଇ୩ ରାଜ୍ୟରୁ ଠକେଇ କରି ଫେରାର ହୋଇଯାଇଥିଲେ। ତେବେ ଗିରଫ ପରେ ସିବିଆଇ ତାଙ୍କୁ ପଶ୍ଚିମବଙ୍ଗ ବାରୁଇପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରି ୧୦ ଦିନ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି।

Share