ଅଞ୍ଜନା ଗଣବଳାତ୍କାର ମାମଲାର ଚାର୍ଜସିଟ ଦାଖଲ କଲା ସିବିଆଇ

ଭୁବନେଶ୍ୱର,୧୨।୫: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ସପ୍ଲିମେଣ୍ଟାରୀ ଚାର୍ଜସିଟ ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଛି। ତଦନ୍ତକାରୀ ଟିମ୍‌ ଏହି ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନାମ ରହିଛି। ଅଞ୍ଜନା ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ଘଟଣା ପରଠାରୁ ଫେରାର୍‌ ଥିଲେ। ପ୍ରାୟ ୨୨ ବର୍ଷ ପରେ ଗତ ଫେବୃୟାରୀରେ କମିଶନରେଟ ପୋଲିସ ମହାରାଷ୍ଟ୍ରରୁ ବିବନଙ୍କୁ ଗିରଫ କରିଥିଲା। ଗିରିଫ ପରେ ପୋଲିସ ବିବନଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା। ପରେ ଝାରପଡ଼ା ଜେଲରେ ଟିଆଇ ପରେଡ ହୋଇଥିଲା । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ପୀଡ଼ିତା ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନଟ କରିଥିଲେ। ସିବିଆଇ ବିବନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରି ଅଧିକ ତଥ୍ୟ ସଂଗ୍ରହ କରିଥିଲା।

Share