ମହିମାଙ୍କ ବଡ ପୁଅଙ୍କୁ ସାଙ୍ଗରେ ନେଲା ସିବିଆଇ

କଟକ ଅଫିସ,୪।୮: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗୁରୁବାର ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ପରେ ସିବିଆଇ ଅଧିକାରୀମାନେ ମହିମାଙ୍କ ବଡ ପୁଅଙ୍କୁ କଟକ ଓଡ଼ିଆ ବଜାର ସ୍ଥିତ ଘରୁ ସାଙ୍ଗରେ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁରୁବାର ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ୍‌ ରୋଡସ୍ଥିତ ଓଏସଏଲ ଅଫିସ୍‌ରେ ୨ଟି ଟିମ୍‌ ଚଢ଼ାଉ କରିଥିଲେ। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା।

Share