ଘଟଣାସ୍ଥଳରୁ ଫେରିଲେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ସିବିଆଇ ଟିମ୍‌ ଛାନଭିନ କରି ଫେରିଛନ୍ତି। ପ୍ରାଥମିକ ତଦନ୍ତ ସାରି ସିବିଆଇ ଟିମ୍‌ ଫେରିଛନ୍ତି। ମଙ୍ଗଳବାର ସକାଳେ ସିବିଆଇ ଟିମ୍‌ ବାହାନଗାରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ସେମାନେ ଘଟଣାସ୍ଥଳ ବୁଲି ଦେଖିବା ସହ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସହ ସେଣ୍ଟ୍ରାଲ ଫରେନସିକ ଟିମ୍‌ ପହଞ୍ଚିଥିଲେ। କେମିତି ହେଲା ଦୁର୍ଘଟଣା, ଏଥିପାଇଁ କିଏ ଦାୟୀ ସେ ନେଇ ଖୋଳତାଡ କରିଛନ୍ତି ।

Share