ଏପ୍ରିଲ ୨୬ରୁ ସିବିଏସ୍‌ଇ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୩(ବ୍ୟୁରୋ): ପରୀକ୍ଷା ପାଇଁ ତାରିଖ ଘୋଷଣା କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ । ଏପ୍ରିଲ ୨୬ରୁ ଉଭୟ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ହେବ। ଏ ନେଇ ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦିନ ୧୦ଟା୩୦ରୁ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍କୁଲ୍‌ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପରୀକ୍ଷା ମଝିରେ ଅଧିକ ଦିନ ବ୍ୟବଧାନ ରହିଥିବା ନେଇ ସିବିଏସ୍‌ଇ କହିଛି।

Share