ସିଡିଏମ୍‌ଓ ଅଫିସ ଘେରିଲେ ଠିକା କର୍ମଚାରୀ

କେନ୍ଦୁଝର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ପ୍ରାୟ ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ପୁନଃ ନିଯୁକ୍ତି ଦାବିରେ ସିଡିଏମ୍‌ଓ ଅଫିସ ଆଗରେ ଧାରଣା ଦେଇଛନ୍ତି। ନିୟମିତ ଦରମା ମିଳୁ ନ ଥିଲେ ମଧ୍ୟ କୋଭିଡ୍‌ ମହାମାରୀ ସମୟରେ ସେମାନେ ଜୀବନକୁ ବାଜିଲଗାଇ ରୋଗୀ ସେବା କରି ଆସୁଥିବା କହିଛନ୍ତି। ବର୍ତ୍ତମାନ ମେଡିକାଲ କଲେଜ ହସ୍ପିଟାଲ ତଥା ଜିଲା ମୁଖ୍ୟଡାକ୍ତରଖାନାରେ ଅଧିକ କର୍ମଚାରୀର ଆବଶ୍ୟକ ରହିଥିବା ଏବଂ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯାଉ ଥିବାରୁ ସେମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଫଳରେ ବୁଧବାର ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଏ ନେଇ ସେମାନେ ଏକ ଦାବି ପତ୍ର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

Share