୧୫ ଲକ୍ଷ ଡୋଜ୍‌ ଟିକା ଦେବାକୁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ତୁରନ୍ତ ୧୫ ଲକ୍ଷ କୋଭିଶିଲ୍ଡ ଡୋଜ୍‌ ଓଡ଼ିଶାକୁ ପଠାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବଙ୍କୁ ହ୍ବାଟ୍‌ସଆପ୍‌ ଜରିଆରେ ଜଣାଇଛନ୍ତି। ପ୍ରଦୀପ୍ତ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ୫ ତାରିଖ ସକାଳ ୮ଟା ସୁଦ୍ଧା ୬,୦୨,୪୩୦ କୋଭିଶିଲ୍ଡ ଏବଂ ୧,୪୮,୫୫୦ କୋଭାକ୍ସିନ ଡୋଜ୍‌ ଟିକା ଗଚ୍ଛିତ ଅଛି। ଦୈନିକ ଓଡ଼ିଶାରେ ୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ କୋଭିଶିଲ୍ଡର ଘୋର ଅଭାବ ଦେଖା ଦେବ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ୧୫ ଲକ୍ଷ ଡୋଜ୍‌ ରାଜ୍ୟକୁ ପଠାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ୬ ତାରିଖ ସନ୍ଧ୍ୟା ସୁଦ୍ଧା ୩,୪୯,୧୩୦ ଡୋଜ୍‌ କୋଭିଶିଲ୍ଡ ଟିକା ଓଡ଼ିଶାରେ ପହଞ୍ଚତ୍ବ ବୋଲି କୁହାଯାଇଛି। ତେବେ ଏହା ଦୁଇଦିନ ପାଇଁ ପର୍ଯ୍ୟାପ୍ତ ନୁହେଁ। ରାଜ୍ୟରେ ମାତ୍ର ୦.୫ % ଟିକା ନଷ୍ଟ ହେଉଛି, ଯାହାକି ଦେଶର ସବୁଠାରୁ କମ୍‌ । ତୁରନ୍ତ ୧୫ ଲକ୍ଷ ଟିକା ପଠାଇବାକୁ ପ୍ରଦୀପ୍ତ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି।
କାଳବେ

Share