Posted inଜାତୀୟ

ଜାତୀୟ ପ୍ରତୀକକୁ ବିକୃତ କରିଛି କେନ୍ଦ୍ର: ବିରୋଧୀ

ନୂଆଦିଲ୍ଲୀ, ୧୩।୭: ନୂଆ ପାର୍ଲାମେଣ୍ଟ ଭବନ ଛାତ ଉପରେ ତିଆରି ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ତେବେ ଉକ୍ତ ନବନିର୍ମିତ ସିଂହକୁ ନେଇ ବିବାଦ ଦେଖାଦେଇଛି। ଅଶୋକ ସ୍ତମ୍ଭରେ ପୂର୍ବରୁ ସୁନ୍ଦର ଏବଂ ବାସ୍ତବରେ ଆତ୍ମବିଶ୍ୱାସୀ ଥିବା ସିଂହକୁ କେନ୍ଦ୍ରର ଭାଜପା ସରକାର ବିକୃତ କରିଥିବା ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଅନାବରଣ କରିଥିବା ସିଂହକୁ ଭଲ କରି ଦେଖନ୍ତୁ। ଏହା ବାସ୍ତବରେ ମହାନ୍‌ ସାରନାଥ ‘ଲାୟନ କ୍ୟାପିଟାଲ ଅଫ୍‌ ଅଶୋକ’ର ମୂର୍ତ୍ତିକୁ ପ୍ରତିଫଳନ କରୁଛି ନା ତାହାର ବିକୃତି କରାଯାଇଛି ତାହା ଯାଞ୍ଚ କରନ୍ତୁ। ଏଥିରେ ଆବଶ୍ୟକ ସଂଶୋଧନ କରାଯାଉ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟୁଇଟ୍‌ କରିଛନ୍ତି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଭା ସଦସ୍ୟ ଜଓ୍ବାହର ସିରକର ଟୁଇଟ୍‌ରେ ଦୁଇ ପ୍ରକାର ଜାତୀୟ ପ୍ରତୀକର ଫଟୋ ଶେୟାର କରିଛନ୍ତି। ଅଶୋକ ସ୍ତମ୍ଭର ସିଂହ ପ୍ରତିକୃତିର ପୂର୍ବ ଏବଂ ନୂଆ ଫଟୋକୁ ତୁଳନାତ୍ମକ ଭାବେ ଦର୍ଶାଇ ଲେଖିଛନ୍ତି, ଆମ ଜାତୀୟ ପ୍ରତୀକକୁ ଅପମାନିତ କରାଯାଇଛି। ପ୍ରକୃତ ଅଶୋକ ସିଂହ ଶାନ୍ତ ଏବଂ ସ୍ଥିର ଦେଖାଯାଉଥିବାବେଳେ ମୋଦି ଭର୍ସନର ନୂଆ ସ୍ତମ୍ଭରେ ତାହା ଆକ୍ରମଣାତ୍ମକ ଓ ଅନୁପଯୁକ୍ତ ଲାଗୁଛି। ଏହା ଲଜ୍ଜାର କଥା ବୋଲି ସେ କହିଛନ୍ତି। କେତେଜଣ ଐତିହାସକାର ଏବଂ ସାମାଜିକ କର୍ମୀ ମଧ୍ୟ ରାଷ୍ଟ୍ରୀୟ ଚିହ୍ନର ନୂଆ ରୂପକୁ ନେଇ ପ୍ରତିବାଦ ଜଣାଇଛନ୍ତି। ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କିମ୍ବା ପରିବର୍ତ୍ତନ ଗ୍ରହଣୀୟ ନୁହେଁ। ଆମ ଲାୟନ୍‌ ଉଗ୍ର ଏବଂ କ୍ରୋଧପୂର୍ଣ୍ଣ ଦେଖାଯିବା କ’ଣ ଆବଶ୍ୟକ ରହିଛି ବୋଲି ଐତିହାସକାର ଏସ୍‌. ଇରଫାନ୍‌ ହବିବ୍‌ କହିଛନ୍ତି। ‘ମହାତ୍ମା ଗାନ୍ଧୀଙ୍କଠାରୁ ନାଥୁରାମ ଗଡ୍‌ସେ, ଶାନ୍ତ ସ୍ବଭାବର ଜାତୀୟ ସ୍ତମ୍ଭର ସିଂହରୁ ନୂଆ ପାର୍ଲାମେଣ୍ଟ ସେଣ୍ଟ୍ରାଲ ଭିଷ୍ଟା ଅଶୋକ ସିଂହର କ୍ରୋଧିତ ରୂପ। ଏହା ହିଁ ମୋଦିଙ୍କ ନୂଆ ଭାରତ ବୋଲି କହି ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ କେନ୍ଦ୍ରର ଭାଜପା ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଶୋକ ସ୍ତମ୍ଭରେ ସିଂହର ପ୍ରକୃତି ଏବଂ ଚରିତ୍ରକୁ ବଦଳାଇବା ଭାରତର ଏହି ରାଷ୍ଟ୍ରୀୟ ଚିହ୍ନ ପ୍ରତି ଘୋର ଅପମାନ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରିଛନ୍ତି। ନୂଆ ସ୍ତମ୍ଭରେ ନରଭକ୍ଷୀ ପ୍ରକୃତି ଦେଖିବାକୁ ମିଳିଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି। ଆମ୍‌ ଆଦମୀ ପାର୍ଟି (ଏଏପି) ମଧ୍ୟ ନୂଆ ସ୍ତମ୍ଭର ପ୍ରତିରୂପକୁ ନେଇ ଭାଜପା ସରକାର ଉପରେ ଅଙ୍ଗୁଳି ଉଠାଇଛି। କୌଣସି ଐତିହ୍ୟକୁ ବଦଳାଇବା ଉଚିତ ନୁହେଁ ବୋଲି ଏଏପି ନେତା ସଞ୍ଜୟ ଭରଦ୍ୱାଜ କହିଛନ୍ତି। ରାଷ୍ଟ୍ରୀୟ ଚିହ୍ନ ବଦଳାଉଥିବା ବ୍ୟକ୍ତି ରାଷ୍ଟ୍ର ବିରୋଧୀ କି ନୁହେଁ ତାହା ଜବାବ ୧୩୦ କୋଟି ଦେଶବାସୀ ଦିଅନ୍ତୁ ବୋଲି ଶିବସେନା ନେତା ସଞ୍ଜୟ ସିଂ ଟୁଇଟ୍‌ କରିଛନ୍ତି। ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରା ମଧ୍ୟ ପୂର୍ବ କଳାକୃତି ଏବଂ ନୂଆ ଅଶୋକ ସ୍ତମ୍ଭର ଫଟୋ ଟୁଇଟ୍‌ କରିଛନ୍ତି।
ଅଶୋକ ସ୍ତମ୍ଭର ଅନାବରଣ କାର୍ଯ୍ୟକ୍ରମକୁ କୌଣସି ବିରୋଧୀ ଦଳ ନେତାଙ୍କୁ ନ ଡାକିବା ଅସାମ୍ବିଧାନିକ ବୋଲି କଂଗ୍ରେସ, ସିପିଆଇ(ଏମ୍‌), ଏଆଇଏମ୍‌ଆଇଏମ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଏଥିରେ କେବଳ ସରକାରଙ୍କ ଉପସ୍ଥିତି ଏକ୍‌ଜିକ୍ୟୁଟିଭ୍‌ ଏବଂ ଲେଜିସଲେଚର ମଧ୍ୟରେ କ୍ଷମତା ପାର୍ଥକ୍ୟ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଥିବା ବିରୋଧୀ କହିଛନ୍ତି। ଏଥିସହ ସ୍ତମ୍ଭରେ ସତ୍ୟମେବ ଜୟତେ କେଉଁଠି ଲେଖାଯାଇଛି ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ ବୋଲି ଅଭିଯୋଗ ହୋଇଛି।
ସମାଲୋଚନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ
ସେଣ୍ଟ୍ରାଲ ଭିଷ୍ଟା ବିଲ୍ଠିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନାବରଣ ହୋଇଥିବା ଅଶୋକ ସ୍ତମ୍ଭର ସିଂହ ପ୍ରତିରୂପକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ଭାଜପା ଏହାର ଜବାବ ରଖିଛି। ବିରୋଧୀ ଦଳଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଅଭିଯୋଗ ଆଣିଥିବା ଭାଜପା ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି କହିଛନ୍ତି। ୧୫୦ ବର୍ଷ ପୂର୍ବେ ବ୍ରିଟିଶ ଶାସନବେଳେ ହୋଇଥିବା ପାର୍ଲାମେଣ୍ଟକୁ ବଦଳାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଏହାର ନୂଆ ସଂସଦ ଭବନ ନିର୍ମାଣ କରୁଛି। ଏଥିରେ ନିରାଶ ହୋଇ ବିରୋଧୀ ଏଭଳି ଅଭିଯୋଗ ଆଣୁଛନ୍ତି। ମୋଦିଙ୍କୁ ଟାର୍ଗେଟ କରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରି ପରିବେଶକୁ କଳୁଷିତ କରିବା ବିରୋଧୀଙ୍କ ଉଦ୍ଦେଶ୍ୟ ବୋଲି ବାଲୁନି କହିଛନ୍ତି। ସାରନାଥର ଏକ ସିଂହ ସହ ନୂଆ ଅଶୋକ ସ୍ତମ୍ଭକୁ ତୁଳନା କରାଯାଉଛି। କିନ୍ତୁ ବିରୋଧୀ ଜାଣିରଖିବା ଉଚିତ ଯେ, ନୂଆ ଅଶୋକ ସ୍ତମ୍ଭର ଉଚ୍ଚତା ୬.୫ ମିଟର, ଯାହା କି ସାରନାଥର ଉକ୍ତ ଅଶୋକ ସିଂହଠାରୁ ପ୍ରାୟ ୩ ଗୁଣ ବଡ଼। ନରେନ୍ଦ୍ର ମୋଦି ସୋମବାର ସେଣ୍ଟ୍ରାଲ ଭିଷ୍ଟାରେ ନିର୍ମିତ ଅଶୋକସ୍ତମ୍ଭକୁ ଅନାବରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ଯାହା କହିଲୁ କରି ଦେଖାଇଲୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୩୦।୧୦: ଦୀପାବଳିକୁ ନେଇ ଉତ୍ସବମୁଖର ପୁରପଲ୍ଲୀ। ବିଶେଷକରି ଅଯୋଧ୍ୟାରେ ଆଲୋକର ଏହି ପର୍ବ ପାଳନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମସ୍ତ ନେତା ପହଞ୍ଚୁଛନ୍ତି।...

ପଛକୁ ଫେରିଲେ ଉଭୟ ଦେଶର ସେନା: ଗୁରୁବାର ପରସ୍ପର ମିଠା ଖାଇ ବଢ଼ାଇବେ ବନ୍ଧୁତା

ନୂଆଦିଲ୍ଲୀ,୩୦।୧୦: ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଭାରତ ଓ ଚାଇନାର ସେନା ଲଦାଖର ଦେପସାଙ୍ଗ ଏବଂ ଡେମଚୋକ ସୀମା(ଲାଇନ ଅଫ କଣ୍ଟ୍ରୋଲ)ରେ ପଛକୁ ଫେରିବା କାର୍ଯ୍ୟ...

ଶତ୍ରୁ ସହ ଲଢ଼ି ଶହୀଦ ହୋଇଗଲା ‘ଫାଣ୍ଟମ୍‌’; ଜାଣନ୍ତୁ ଭାରତୀୟ ସେନାରେ କିଭଳି ହୋଇଥାଏ କୁକୁରଙ୍କ ଭର୍ତ୍ତି, ଟ୍ରେନିଂରେ କ’ଣ ଶିଖାଯାଏ?

ଶ୍ରୀନଗର,୩୦।୧୦: ଜମ୍ମୁ କଶ୍ମୀରର ଅଖନୁରରେ ଭାରତୀୟ ସେନା ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଏନ୍‌କାଉଣ୍ଟର ଅପରେଶନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହି...

ମହାରାଷ୍ଟ୍ର ନିର୍ବାଚନରେ ଭାଜପା ଖେଳିଲା ବଡ଼ ଗେମ୍‌, ସହଯୋଗୀ ଦଳକୁ ବଡ଼ ଝଟ୍‌କା!

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପରେ ଗୋଟିଏ ରୋଚକ ମୋଡ ନେବାରେ ଲାଗିଛି । ପୂର୍ବେ ରାଜ୍ୟର ଚାରୋଟି ଦଳ ଥିଲା, କିନ୍ତୁ ଏଥର...

ଏଣିକି ଡିଜିଟାଲ ଜନଗଣନା! ମୋବାଇଲରେ ଏପରି ଦେବେ ତଥ୍ୟ

ନୂଆଦିଲ୍ଲୀ,୩୦।୧୦: ଭାରତ ସରକାର ୨୦୨୫ରେ ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା ୨୦୧୧ରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ। କହିରଖୁଛୁ କି, ୨୦୧୧ରେ ହୋଇଥିବା...

ମୋମୋ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ

ହାଇଦ୍ରାବାଦ,୩୦।୧୦: ମୋମୋ ନେଲା ଜୀବନ। ହାଇଦ୍ରାବାଦର ବନଜାରା ପାହାଡ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଦୋକାନୀଙ୍କ ଦ୍ୱାରା ବିକ୍ରି ହୋଇଥିବା ମୋମୋ ଖାଇବା ପରେ ଜଣେ...

ମାତ୍ର ୧୦ହଜାର ଟଙ୍କା ଜମା କଲେ ରିଟର୍ନରେ ମିଳିବ ୭ଲକ୍ଷ ଟଙ୍କା, ପୋଷ୍ଟାଲର ଏହି ସ୍କିମ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୩୦।୧୦: ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ ଘୋଷଣା କରିବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଥିଲେ। ଏହି ପରିବର୍ତ୍ତନ ଅଧୀନରେ...

କେମିତି ହୁଏ ଜନଗଣନା, ପଚରାଯାଏ କେଉଁ ସବୁ ପ୍ରଶ୍ନ?

ନୂଆଦିଲ୍ଲୀ,୩୦।୧୦: ଜନ ଗଣନା ଗୋଟିଏ ଦେଶରେ ବିଶେଷ ମହତ୍ତ୍ୱ ରଖିଥାଏ । ଦେଶର ଜନଗଣନା ହିଁ ଦେଶର ପ୍ରଗତି ଓ ସମୃଦ୍ଧିର ରୂପରେଖ ପ୍ରସ୍ତୁତ କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri