କରୋନା: ୮୯୦ କୋଟି ଦ୍ୱିତୀୟ କିସ୍ତି ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର,୭ା୮(ବ୍ୟୁରୋ): କେନ୍ଦ୍ର ସରକାର କୋଭିଡ-୧୯ ମୁକାବିଲା କରିବାକୁ ଜରୁରୀ ସ୍ବାସ୍ଥ୍ୟସେବା ପ୍ୟାକେଜର ଦ୍ୱିତୀୟ କିସ୍ତି ବାବଦରେ ଓଡିଶା ସମେତ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୮୯୦.୩୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ କୋଭିଡ-୧୯ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ପଡୁଥିବା ଆର୍ଥିକ ଚାପକୁ ହ୍ରାସ କରିବାକୁ ମଞ୍ଜୁର କରାଯାଇଛି। ଏହି ଅର୍ଥରେ ସ୍ବାସ୍ଥ୍ୟ ଭିତ୍ତିଭୁମି, ଉପକରଣ, ଆରଟି-ପିସିଆର ମେସିନ, ଆରଏନଏ କିଟ୍‌ ଆଦି କ୍ରୟ କରାଯିବ। ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ।

 

Share