Posted inUncategorized

ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ, ୨୬।୨(ପି.ଟି.):ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହକୁ ଆଇନ ସ୍ବୀକୃତି ଦେଇଥାଏ ବୋଲି ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସରକାର କହିଛନ୍ତି। ପର୍ସନାଲ ଲ’ରେ କେବଳ ବିଷମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ବରବାଦ କରିଦେବ ବୋଲି ସରକାର କହିଥିଲେ। ବିବାହ କେବଳ ଏକ ଘରୋଇ ଅବଧାରଣା ନୁହେଁ ବରଂ ସାମାଜିକ ଭାବେ ସ୍ବୀକୃତ ଅନୁଷ୍ଠାନ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୭କୁ ଅପରାଧମୁକ୍ତ କରାଯାଇଥିଲେ ମଧ୍ୟ ଆବେଦନକାରୀ ସମଲିଙ୍ଗୀ ବିବାହକୁ ମୌଳିକ ଅଧିକାର ଭାବେ ଦାବି କରିପାରିବେ ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ୩୭୭କୁ ଅପରାଧମୁକ୍ତ କରାଯିବା କେବଳ ବ୍ୟକ୍ତିର ଗୋପନୀୟତା ଅଧିକାର ମଧ୍ୟରେ ସୀମିତ। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଇ ଏହାକୁ ସର୍ବସାଧାରଣ ଅଧିକାର କରାଯାଇପାରିବ ନାହିଁ।
ସ୍ବତନ୍ତ୍ର ବିବାହ ଆଇନରେ ଲିଙ୍ଗଗତ ନିର୍ବିଶେଷରେ ଦୁଇଜଣଙ୍କ ମଧ୍ୟରେ ବିବାହକୁ ବୈଧ ଘୋଷଣା କରିବା ଲାଗି ଗେ ଏବଂ ଲେସ୍‌ବିଆନ୍‌ ସମ୍ପ୍ରଦାୟର ୪ ଜଣ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ମଧ୍ୟ ହାଇକୋର୍ଟରେ ୩ଟି ପିଟିଶନ ବିଚାରାଧୀନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସୁବୁ ଜିଲାରେ ହେବ ଘନ କୁହୁଡି: ଦୁଇ ଦିନିଆ ସତର୍କ ଜାରି

ଭୁବନେଶ୍ୱର,୯ା୧: ରାଜ୍ୟରେ ଶୀତର ପକୋପ ଜାରି ରହିଛି। ଏଭଳିସ୍ଥିତିରେ ଘନ କୁହୁଡିକୁ ନେଇ ୩ ଜିଲାକୁ ଦୁଇ ଦିନିଆ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ...

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମଦ ନିଶାରେ ଟଳୁଛନ୍ତି ଚହଲ: ଭାଇରାଲ ହେଉଛି ଭିଡ

ନୂଆଦିଲ୍ଲୀ,୬।୧: ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଖୁବ୍‌ଶୀଘ୍ର ଛାଡପତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଦୁହେଁ ଏପର୍ଯ୍ୟନ୍ତ କୌଣସି...

ଦେଶରେ ବଢି ଚାଲିଛି ମୁସଲମାନଙ୍କ ସଂଖ୍ୟା, ପ୍ରାୟତଃ ୩ ଶିଶୁ ପ୍ରସବ କରୁଛନ୍ତି ମହିଳା!

ନୂଆଦିଲ୍ଲୀ,୨୮।୧୨: ସୋସିଆଲ ମିଡିଆରେ ଏପରି ଅନେକ ଦାବି କରାଯାଇଛି ଯେ ୨୦୫୦ ସୁଦ୍ଧା ଭାରତରେ ମୁସଲମାନମାନେ ଜନସଂଖ୍ୟାର ୫୦ପ୍ରତିଶତରୁ ଅଧିକ ହେବେ, କିନ୍ତୁ ବାସ୍ତବତା ଆଉ...

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା...

ଅପାଠୁଆ ସାକ୍ଷର

ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି...

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ...

ମହାକାଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଗଲେ, କେମିତି ହୁଏ ମହାକାଶଚାରୀଙ୍କ ଚିକିତ୍ସା: ଜାଣନ୍ତୁ ରୋଚକ କଥା…

ନୂଆଦିଲ୍ଲୀ,୨୫।୧୧: ମହାକାଶଚାରୀମାନେ ମହାକାଶକୁ ଯାଆନ୍ତି। ସେଠାରେ ସେମାନେ ଅନେକ ପ୍ରକାରର ଅନୁସନ୍ଧାନ କରନ୍ତି, କିନ୍ତୁ ଏଥିରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ। ମହାକାଶଚାରୀମାନେ ମହାକାଶକୁ ଗଳେ,...

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image