Posted inଜାତୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ କରିବାକୁ ୩ ବିଲ୍‌ ଆଣିବ କେନ୍ଦ୍ର

ନୂଆଦିଲ୍ଲୀ,୨୯ା୯: ଦେଶରେ ଏକସଙ୍ଗେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରାଇବା ପାଇଁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ୩ଟି ବିଲ୍‌ ଆଣିବା ନିମନ୍ତେ ବିଚାର କରୁଛନ୍ତି। ଏଥିପାଇଁ ୨ଟି ସମ୍ବିଧାନ ସଂଶୋଧନ ବିଲ୍‌ ଏବଂ ଗୋଟିଏ ସାଧାରଣ ସଂଶୋଧନ ବିଲ୍‌ ଗୃହୀତ କରାଇବାକୁ ହେବ। ଏକସଙ୍ଗେ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଚଳିତ ମାସ ଆରମ୍ଭରେ ସରକାରଙ୍କୁ ସୁପାରିସ କରିଥିଲେ। ଦେଶବ୍ୟାପୀ ସହମତ ସୃଷ୍ଟି ପଦକ୍ଷେପ ପରେ ପର୍ଯ୍ୟାୟକ୍ରମେ ଲୋକ ସଭା, ରାଜ୍ୟ ବିଧାନସଭା, ପୌରସଭା ଓ ପଞ୍ଚାୟତ ନିର୍ବାଚନ କରାଯିବ।

ଏକତ୍ର ଲୋକ ସଭା ଓ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ନିମନ୍ତେ ବ୍ୟବସ୍ଥା ପ୍ରସ୍ତୁତି ଲାଗି ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ପ୍ରସ୍ତାବ ରହିଛି। ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଶେଷ ନେଇ ଅନୁଚ୍ଛେଦ ୮୨ଏରେ ସଂଶୋଧନ କରି ଏଥିରେ ଦୁଇଟି ଉପଅନୁଚ୍ଛେଦ ଯୋଡ଼ିବାକୁ ହେବ। ଲୋକସଭାର କାର୍ଯ୍ୟକାଳ ଓ ଭଙ୍ଗ ସମ୍ପର୍କିତ ଅନୁଚ୍ଛେଦ ୮୩(୨)ରେ ନୂଆ ଉପଅନୁଚ୍ଛେଦ (୩) ଏବଂ (୪) ଯୋଡ଼ିବାକୁ ହେବ। ସେହିପରି ଏକସଙ୍ଗେ ନିର୍ବାଚନ ଲାଗି ବିଧାନସଭାଗୁଡ଼ିକୁ ଭଙ୍ଗ ପାଇଁ ଅନୁଚ୍ଛେଦ ୩୨୭ରେ ସଂଶୋଧନ ଆଣିବାକୁ ପଡ଼ିବ। ଏହି ସଂଶୋଧନ ପାଇଁ ୫୦ ପ୍ରତିଶତ ରାଜ୍ୟର ସମର୍ଥନ ଆବଶ୍ୟକ ହେବନାହିଁ ବୋଲି ସୁପାରିସରେ କୁହାଯାଇଛି।

ଅନ୍ୟପକ୍ଷରେ ରାଷ୍ଟ୍ର ବ୍ୟାପାର ସମ୍ପର୍କିତ ପ୍ରସଙ୍ଗ ଡିଲ୍‌ ପାଇଁ ଦ୍ୱିତୀୟ ସମ୍ବିଧାନ ସଂଶୋଧନରେ ଅନୂ୍ୟନ ୫୦ ପ୍ରତିଶତ ରାଜ୍ୟର ସମର୍ଥନ ଆବଶ୍ୟକ ହେବ। ସେହିପରି ପୌରସଂସ୍ଥା ଓ ପଞ୍ଚାୟତଗୁଡ଼ିକର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପରାମର୍ଶ କରି ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଏଥିପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ ହେବ। ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ, ଦିଲ୍ଲୀ ଏବଂ ଜମ୍ମୁ-କଶ୍ମୀରରେ ଏହାକୁ ଡିଲ୍‌ କରୁଥିବା ୩ଟି ଆଇନର ବ୍ୟବସ୍ଥାରେ ସଂଶୋଧନ ପାଇଁ ତୃତୀୟ ବିଲ୍‌ ଆଣିବାକୁ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣେ ମେଟ୍ରୋ ଷ୍ଟେଶନ ଉଦ୍‌ଘାଟନ କଲେ ମୋଦି

ପୁଣେ,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପୁଣେ...

ସେନାକୁ ମିଳିବ ଶକ୍ତି: ପାକ୍‌ ସୀମାରେ ବୁଲେଟ୍‌ପ୍ରୁଫ୍‌ ଘାଟି ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,୨୯ା୯: ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ହିଂସା ବଢ଼ିଥିବାରୁ କେନ୍ଦ୍ର ସରକାର ଭାରତ-ପାକ୍‌ ସୀମାରେ ଥିବା ତାରବାଡ଼ର ଉନ୍ନତୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନୁପ୍ରବେଶ ଉପରେ ନଜର...

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି

ଚେନ୍ନାଇ,୨୯ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍‌.ଏନ୍‌. ରବି ତାଙ୍କୁ...

ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା, ଜାଣନ୍ତୁ ଟ୍ରାମ୍‌ ସେବା କ’ଣ…

କୋଲକାତା,୨୯ା୯: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ...

ନୀତୀଶ କୁମାରଙ୍କଠାରୁ କାହିଁକି ଅଲଗା ହେଲେ ପ୍ରଶାନ୍ତ କିଶୋର, ନିଜେ କହିଲେ ଏହାର ଅସଲ କାହାଣୀ

ପାଟନା,୨୯।୯: ବିହାରର ରାଜଧାନୀ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିରୋଧ କରି ତାଙ୍କ...

ଭାଜପାର ଇଲେକ୍ସନ ଏଜେଣ୍ଟ ଇଡି, କାହିଁକି ଏମିତି କହିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ନିର୍ବାଚନ ବଣ୍ଡ ମାଧ୍ୟମରେ ଚୋରା କାରବାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଶୁଣି ବେଙ୍ଗାଲୁରୁର ଏକ...

ମଞ୍ଚ ଉପରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇ ପଡିଲେ ଖାର୍ଗେ, କହିଲେ ମୁଁ ଏତେ ଶୀଘ୍ର…

ନୂଆଦିଲ୍ଲୀ,୨୯।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ସେତେବେଳେ ଖାର୍ଗେ ମଞ୍ଚରୁ...

ମଦ ମାଫିଆଙ୍କ ଗୁଣ୍ଡାରାଜ: କନଷ୍ଟେବଳଙ୍କୁ ବିଚ୍‌ ରାସ୍ତାରେ ଗାଡି ମଡାଇ କଲେ ହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା। ମଝି ରାସ୍ତାରେ ପୋଲିସ ଉପରକୁ କାର୍‌ ଚଢାଇ ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଏକ କାର୍‌ ପୋଲିସ କନଷ୍ଟେବଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri