ନୂଆଦିଲ୍ଲୀ,୯।୫: ଚଳିତ ଆର୍ଥିକ ବର୍ଷରେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କୌଣସି ଶାଖା ବନ୍ଦ ହେବନାହିଁ। ଖବର ଏଜେନ୍ସି ରୟଟର୍ସ ପକ୍ଷରୁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ବ୍ରାଞ୍ଚ୍ ବନ୍ଦ ପାଇଁ ଖବର ପ୍ରକାଶ ପାଇବା ପରେ ବ୍ୟାଙ୍କ୍ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ବ୍ୟାଙ୍କ୍ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ବ୍ୟାଙ୍କ୍ର ଶାଖାଗୁଡ଼ିକର ସମୀକ୍ଷା କରାଯାଇ ଟପ୍ ଲାଇନ୍ ଏବଂ ବଟମ୍ ଲାଇନ୍ରେ ସେମାନଙ୍କର ଅଂଶଗ୍ରହଣ ସମ୍ପର୍କରେ ସମୀକ୍ଷା କରାଯାଏ। ଏହାଛଡ଼ା ବ୍ୟାଙ୍କ୍ ଫିଲ୍ଡରେ ନିଜ କର୍ମଚାରୀଙ୍କ ଦ୍ୱାରା ସମସ୍ତ ଶାଖାଗୁଡ଼ିକର ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ ଏବଂ ଉକ୍ତ ରିପୋର୍ଟ ଆଧାରରେ ବ୍ୟାଙ୍କ୍ଗୁଡ଼ିକର ବନ୍ଦ ହେବା ନ ହେବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥାଏ।