Categories: ରାଜ୍ୟ

କେନ୍ଦ୍ରୀୟ ସଂସ୍ଥାକୁ ଦିଆଯାଉ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର

ନୟାଗଡ଼ ଅଫିସ,୧୯ା୧୨ : ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର) । ମାମଲାକୁ ଅଧିକ ଗୁରୁତ୍ୱ ଦେବା ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ସୁପାରିସ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଏନ୍‌ସିପିସିଆର। ଏହାଛଡ଼ା କର୍ତ୍ତବ୍ୟରେ ତ୍ରୁଟି କରିଥିବା ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସମ୍ବିତ୍‌ ପରୀ ହତ୍ୟାକାଣ୍ଡର ଭ୍ରମାତ୍ମକ ତଦନ୍ତ ହେଉଥିବା ନେଇ ଏନ୍‌ସିପିସିଆରର ଦ୍ୱାରସ୍ଥ ହୋଇଥିଲେ।

Share