ଭଦ୍ରକ ଅଫିସ,୨୬ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ଗଣ ପ୍ରତିବାଦ କରାଯାଇଛି। ୨୦୨୧ ଡିସେମ୍ବର ୧୧ରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଏହାର ପ୍ରତିବାଦ କରାଯାଇଛି। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁଯାୟୀ ସମସ୍ତ କୃଷିଜାତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଆଇନ ତୁରନ୍ତ ପ୍ରଣୟନ, କୃଷି ଋଣ ଛାଡ଼, କୃଷକ ଓ ଶ୍ରମିକଙ୍କ ପାଇଁ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ ଆଦି ୧୫ ଦଫା ଦାବିରେ ଏହି ପ୍ରତିବାଦ କରାଯାଇଛି l ଆଇନଜୀବୀ ଦିବ୍ୟସିଂହ ନାୟକ, ଗିରିଧାରୀ ନାଥ, ଅଧ୍ୟାପକ ପ୍ରଭାସ ମହାପାତ୍ର, ପ୍ରତାପ ସେଠୀଙ୍କ ନେତୃତ୍ୱରେ ମୋର୍ଚ୍ଚାର ବହୁ ସଦସ୍ୟ ଯୋଗ ଦେଇଥିଲେ।