ବାରଙ୍ଗ,୩୦ା୮(ଡି.ଏନ୍.ଏ.): ନନ୍ଦନକାନନ ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶ୍ରୀୟୁ ପ୍ରକାଶମ ଜଣିକିଆ କମିଟି ପରିଦର୍ଶନରେ ଆସିବେ। ପ୍ରାଣୀ ଉଦ୍ୟାନ ଠିକ୍ ପରିଚାଳନା ହେଉଛି କି ନାହିଁ ତାହା ଉପରେ ସୋମବାର ଓ ମଙ୍ଗଳବାର ଅନୁଧ୍ୟାନ କରିବେ। ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ), ଚନ୍ଦକା ଅଭୟାରଣ୍ୟ ପାଚେରି, ହାତୀ ଚଲାପଥ, ପ୍ରଜାପତି ଉଦ୍ୟାନ, କାଞ୍ଜିିଆହ୍ରଦ, ବଜ୍ରକାପ୍ତା, ଶାଗୁଣା ଓ କୁମ୍ଭୀର ପ୍ରଜନନ କେନ୍ଦ୍ର, ବାଘ ଓ ସିଂହ ଖୁଆଡ ସହ ୪ ସଫାରି, ରାସ୍ତା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟା ଉପରେ ଅନଧ୍ୟାନ କରି କେନ୍ଦ୍ର ଓ ରାଜ୍ୟ ବନ ବିଭାଗକୁ ରିପୋର୍ଟ କରିବେ ବୋଲି ନନ୍ଦନକାନନ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ୍ ଅମୂଲ୍ୟ କୁମାର ପରିଡା କହିଛନ୍ତି। ଏନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ନନ୍ଦନକାନନ ଓ ବଟାନିିକାଲ ଗାର୍ଡେନର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।