Categories: ଜାତୀୟ

‘ମଙ୍କିପକ୍ସ’କୁ ନେଇ କେନ୍ଦ୍ରର ସତର୍କ, ବାହାର ଦେଶରୁ ଆସୁଥିଲେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୧୯।୭: ଦେଶରେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’ମାମଲା। କେରଳରେ ଦୁଇ ଜଣ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଯେଉଁ ଯାତ୍ରୀମାନେ ବାହାର ଦେଶରୁ ଆସୁଛନ୍ତି ସେମାନଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଦ୍ୱାରା ଦେଶରେ ‘ମଙ୍କିପକ୍ସ’ ସଂକ୍ରମଣକୁ ରୋକାଯାଇପାରିବ। ସେଥିପାଇଁ ରାଜ୍ୟ, ବିମାନବନ୍ଦର ଏବଂ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ଆବଶ୍ୟକ ପଡ଼ିଲେ ଆଇସୋଲେଶନରେ ରଖିବାକୁ ମଧ୍ୟ କୁହାଯାଇଛି। କେରଳରେ ‘ମଙ୍କିପକ୍ସ’ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।

Share