ମସ୍କ ହୋଇପାରନ୍ତି ଟୁଇଟର ସିଇଓ

ଓ୍ବାଶିଂଟନ୍‌, ୬ା୫: ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କ ଟୁଇଟର କିଣିବା ପରେ ଏହାର ସିଇଓ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟୁଇଟର କିଣା ନେଇ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏଲନ ମସ୍କ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଟୁଇଟରର ସିଇଓ ଦାୟିତ୍ୱ ନେବେ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ମସ୍କଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଟୁଇଟର କମ୍ପାନୀର ବର୍ତ୍ତମାନର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ହଟାଇ ନୂଆ ସିଇଓଙ୍କୁ ଦାୟିତ୍ୱ ଦେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। ଗତ ନଭେମ୍ବର ମାସରେ ପରାଗ ଟୁଇଟରର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Share