ନିଶ୍ଚିନ୍ତକୋଇଲି,୩୦ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଲ ପଞ୍ଚୟତ ରଘୁନାଥ ମନ୍ଦିରରେ ଶ୍ରୀରାମ ନବମୀ ଅବସରରେ ବହୁ ଜନ ସମାଗମ ହୋଇଥିଲା। ଏହାର ସୁଯଗ ନେଇ ଚେନ୍ ଲୁଟେରା ସକ୍ରିୟ ହୋଇ ପଡ଼ିଥିଲେ। ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖି ଲୁଟେରାମାନେ ୬ ଜଣଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି। ଜିଗ୍ନିପୁର ପଞ୍ଚୟତ ପ୍ରଭାସିନୀ ସେଠୀ, ବିନ୍ଧା ନୂଆଗାଁର ଭଗବାନ ସାହୁଙ୍କ ସମେତ ୬ଜଣଙ୍କଠାରୁ ଚେନ୍ ଲୁଟ୍ ହୋଇଛି। ପୋଲିସର କୋହଳ ମନୋଭାବ ପାଇଁ ଲୁଟେରା ସକ୍ରିୟ ହୋଇଛନ୍ତି। କେବଳ ସୁନା ଚେନ୍ ନୁହେଁ ବହୁ ଲୋକଙ୍କ ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଛି।