ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ କୋର କମିଟି ଅଧ୍ୟକ୍ଷ

ବଲାଙ୍ଗୀର ଅଫିସ, ୨୬।୧: ବଲାଙ୍ଗୀର ଜିଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ମଙ୍ଗଳବାର ୭୨ତମ ଗଣତନ୍ତ୍ର ଦିବସ ଜିଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ମହାମନ୍ତ୍ରୀ ତଥା କୋର କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଜିଲାର ନଗର ସଭାପତି ସନ୍ତୋଷ ସାହୁଙ୍କ ସହଯୋଗରେ ଜିଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲା ମହାସଚିବ ସୁନୀଲ ମିଶ୍ର, ଜିଲା କୋଷାଧ୍ୟକ୍ଷ ସୁଶୀଲ ସାହୁ, ଜିଲା ସଭାପତି ଭାବେ ନବ ନିର୍ବାଚିତ ପ୍ରଦୀପ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରିଥିଲେ। ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ ପ୍ରଥମେ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ୱ ବର୍ଣନା କରିଥିଲେ।

Share