ମଣ୍ଡିରୁ ଉଠୁନି ଧାନ, ଅନଶନରେ ବସିଲେ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ତିନିମାସ ପୂରିବ। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ବସିଛି। ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଜଟିଳ ହୋଇପଡ଼ିଛି। ଏହି ଉପଖଣ୍ଡ ଲଖମରା ପ୍ରାଥମିକ କୃଷି ସମବାୟ ସମବାୟ ସମିତି ଅଧୀନ ମଣ୍ଡିଗୁଡିକରେ ୨୦ ହଜାର କୁଇଣ୍ଟାଲରୁ ଊଦ୍ଧର୍‌ବ ଧାନ ବିକ୍ରି ନ ହୋଇ ପଡ଼ିରହିଛି। ଏହାର ପ୍ରତିବାଦରେ ସୋମବାର ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଅନଶନରେ ବସିଛନ୍ତି। ଅଞ୍ଚଳର ଅନେକ ଚାଷୀ ଅନଶନକୁ ସମର୍ଥନ ଜଣାଇ ଧାରଣାରେ ବସିଛନ୍ତି।

Share