ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ୧୯୮୫ ବ୍ୟାଚ୍ ଆଇଆର୍ଏସ୍ ଅଧିତ୍କାରୀ ଜଗନ୍ନାଥ ମହାପାତ୍ରଙ୍କ ନିଯୁକ୍ତି ନିଶ୍ଚିତ ହୋଇଛି। ଏହି ପଦବୀରେ ରହି ଆରାମରେ କାର୍ଯ୍ୟ କରିବାକୁ ତାଙ୍କ ନିକଟରେ କମ୍ ସମୟ ରହିଛି, କାରଣ ଆୟକର ରିଟର୍ନ ପୋର୍ଟାଲ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ମହାପାତ୍ରଙ୍କ ପୂର୍ବରୁ ଏହି ପଦବୀରେ ଥିବା ପି.ସି.ମୋଦିଙ୍କ ବର୍ଦ୍ଧିିତ କାର୍ଯ୍ୟକାଳ ଶେଷ ହେବାର ୩ ମାସ ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଲା। ଏବେ ଆୟକର ପୋର୍ଟାଲ ସମସ୍ୟା ସମାଧାନ କରିବା ମହାପାତ୍ରଙ୍କ ପାଇଁ ବଡ଼ ଆହ୍ବାନ । ଖୁବ୍ ଧୁମଧାମରେ ଏହି ପୋର୍ଟାଲ ଆରମ୍ଭ କରାଯିବାର ଦୁଇ ମାସ ପରେ ଏଥିତ୍ରେ ତ୍ରୁଟି ଲାଗିରହିଛିି। ଅଧ୍ୟକ୍ଷ ଭାବେ ମହାପାତ୍ରଙ୍କ ନିଯୁକ୍ତି ହେବ ବୋଲି ଅଧିକ ଆଶା କରାଯାଉଥିଲା। ଏହି ପଦବୀ ଲାଗି ତାଙ୍କ ବ୍ୟାଚ୍ମେଟ୍ ଅନୁଜା ଷଡ଼ଙ୍ଗୀ ଥିଲେ ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱୀ। ମୋଟ ଉପରେ ମହାପାତ୍ରଙ୍କ ପାଇଁ ପଥ ସମ୍ପୂର୍ଣ୍ଣ ପରିଷ୍କାର ଥିଲା। ତେବେ ତାଙ୍କ ନିଯୁକ୍ତିକୁ ନେଇ କେତେକେ ଏକ ଅଜବ କଥା ସାମ୍ନାକୁ ଆଣିଛନ୍ତି। ସେମାନେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦ୍ୱାରା ଜାରି କରାଯାଇଥିବା ନିଯୁକ୍ତି ପ୍ରତ୍ରରେ କାର୍ଯ୍ୟକାଳ ସମ୍ପର୍କରେ ଉଲ୍ଲେଖ ନ ଥିବା ବିଷୟ କହୁଛନ୍ତି। କିନ୍ତୁ ପର୍ଯ୍ୟବେକ୍ଷକମାନେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସେମାନଙ୍କ ମତରେ, ଆସନ୍ତା ବର୍ଷ ଏପ୍ରିଲ୍ରେ ମହାପାତ୍ର ଅବସର ନେବାକୁ ଥିଲେ ବି ତା’ ପରେ ସେ କାର୍ଯ୍ୟ କରିପାରନ୍ତି ବୋଲି ସରକାର ନିଯୁକ୍ତି ପତ୍ରରେ ପରୋକ୍ଷରେ ସୂଚାଇ ଦେଇଛନ୍ତି । ଏଭଳି ଉଦାହରଣ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଥିଲା। ମହାପାତ୍ରଙ୍କ ପୂର୍ବରୁ ମୋଦି ଏବଂ ସୁଶୀଲ ଚନ୍ଦ୍ରା ସିବିଡିଟିର ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଯାଇଥିଲା।
ଲଢ଼େଇ ଲାଗିଛି
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାର ଏବଂ ଗୃହ ମନ୍ତ୍ରୀ ଅନିଲ ଭିଜ୍ଙ୍କ ମଧ୍ୟରେ ଲାଗି ରହିଥିବା ଲଢ଼େଇର ପ୍ରଭାବ ରାଜ୍ୟ ଅମଲାତନ୍ତ୍ରରେ ଦେଖିବାକୁ ମିଳୁଛି। ବହୁ ସମୟରେ ବିଭିନ୍ନ ନୀତି ସହ ଅଧିକାରୀଙ୍କ ବଦଳି ଓ ପ୍ରମୁଖ ପଦବୀରେ ନିଯୁକ୍ତିକୁ ନେଇ ଉଭୟେ ମୁହଁାମୁହିଁ ହେଉଛନ୍ତି। ନିକଟରେ ଏଭଳି ଏକ ବିବାଦ ସାମ୍ନାକୁ ଆସିଛି। ଭିଜ୍ଙ୍କ ପ୍ରସ୍ତାବକୁ ଅସ୍ବୀକାର କରି ଖଟ୍ଟାର ଆଇପିିଏସ୍ ଅଧିକାରୀ କାଲା ରାମଚନ୍ଦ୍ରନଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେବା ଲାଗି ନିର୍ଦ୍ଦେଶ ଦେଲା ପରେ ଏଭଳି ବିବାଦ ଉଠିଛି। ବାସ୍ତବରେ ପରିବହନର ପ୍ରମୁଖ ସଚିବ ପଦବୀରେ ଆଇଏଏସ୍ ଅଧିକାରୀ ରହନ୍ତି। କେବଳ ଏତିକି ନୁହେଁ, ରାମଚନ୍ଦ୍ରନଙ୍କୁ ଏହି ପଦବୀ ସହ ଆଡିସନାଲ ଡାଇରେକ୍ଟର ଜେନେରାଲ ଫର୍ କ୍ରାଇମ୍ ଏଗ୍ନେଷ୍ଟ ଓମ୍ୟାନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂତ୍ରରୁ ଜଣାପଡ଼ିଛି , ଆଇଏଏସ୍ଙ୍କ ଲାଗି ଉଦ୍ଦିଷ୍ଟ କ୍ୟାଡର ପଦବୀରେ ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ଭିଜ୍ ବିରୋଧ କରିଥିଲେ। ଆଇଏଏସ୍ କ୍ୟାଡର ନିୟମ ଅନୁଯାୟୀ ଏଭଳି ନିଯୁକ୍ତି ଦେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର ବୋଲି ସେ ଦର୍ଶାଇଥିଲେ। ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନ ମଧ୍ୟ ଆଇଏଏସ୍ଙ୍କ କ୍ୟାଡର ପଦବୀରେ ଅଣ କ୍ୟାଡର ଅଧିକାରୀଙ୍କ ନିଯୁକ୍ତିକୁ ବିରୋଧ କରିବା ସହ ଏଭଳି ନିଯୁକ୍ତି ନ ଦେବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ଖଟ୍ଟାର ମୁଖ୍ୟ ସଚିବଙ୍କ ପରାମର୍ଶକୁ ଅଣଦେଖା କରିଥିଲେ। ଖଟ୍ଟାର ଏଭଳି ନିଯୁକ୍ତି ଦେବାରେ ଅଭ୍ୟସ୍ତ। ପୂର୍ବରୁ ସେ ୯ ଜଣ ଆଇପିିଏସ୍, ଆଇଏଫ୍ଏସ୍ ଏବଂ ଆଇଆର୍ଏସ୍ ଅଧିକାରୀଙ୍କୁ ଆଇଏଏସ୍ଙ୍କ ଲାଗି ଉଦ୍ଦିଷ୍ଟ ପଦବୀରେ ନିଯୁକ୍ତି ଦେଇଥିଲେ। ଫଳରେ କେନ୍ଦ୍ର ହରିୟାଣା ସରକାରଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଥିତ୍ଲା।
ଚାପରେ ଅଧିକାରୀ
କେରଳ କୋଭିଡ୍ ମହାମାରୀ ମୁକାବିଲା କରିବା ସହ ପ୍ରଶାସନିକ ସ୍ତରରେ ଆଇଏଏସ୍ ଅଧିକାରୀଙ୍କ ଅଭାବ ଭଳି ପରିସ୍ଥିତିକୁ ସାମ୍ନା କରୁଛି। ମୁଖ୍ୟତଃ ସଚିବ ପାହ୍ୟାର ଅଧିକାରୀମାନଙ୍କ ଅଭାବ ଯୋଗୁ ସାମ୍ପ୍ରତିକ ପରିସ୍ଥିତିରେ ମୁଖ୍ୟ ଶାସନ ସଚିବ ଭି.ପି.ଜୟ ଅଧିକ ଅଧିକାରୀ ଆବଶ୍ୟକ କରୁଛନ୍ତି। ଅତ୍ୟଧିକ ଦାୟିତ୍ୱ ବୋଝ ସମ୍ଭାଳୁଥିବା ତଥା ଚାପଗ୍ରସ୍ତ ଅଧିକାରୀଙ୍କ ଟିମ୍କୁ ନେଇ ସେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ପାଇଁ ନିର୍ଦ୍ଧାରିତ ସଂଖ୍ୟକ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୬୨ ପ୍ରତିଶତ ଏବଂ ଆଇପିଏସ୍ଙ୍କ ମଧ୍ୟରୁ ୫୨ ପ୍ରତିଶତଙ୍କୁ ନେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସ୍ବୀକାର କରିଛନ୍ତି । ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ (ଆଇଏଫ୍ଏସ୍) ଅବସ୍ଥା ମଧ୍ୟ ଭଲ ନାହିଁ। ରାଜ୍ୟ ପାଇଁ ଉଦ୍ଦିଷ୍ଟ ୧୦୭ ଆଇଏଫ୍ଏସ୍ ପଦବୀରୁ କେବଳ ୬୨ ପ୍ରତିିଶତ ପୂରଣ ହୋଇଛି। ଏଭଳି ପରିସ୍ଥିତି ପାଇଁ ବହୁ କାରଣ ରହିଛି। ପ୍ରଥମତଃ ପଦବୀ ପୂରଣ କରା ନ ଯାଇ ବର୍ଷ ବର୍ଷ ଧରି ସ୍ବାଭାବିକ ଭାବେ ପଦବୀ ସଂଖ୍ୟା ବଢ଼ାଯାଉଛି। ସବୁଠୁ ବଡ଼ କାରଣ ହେଉଛି ଅଧିକ ସଂଖ୍ୟକ ଆଇଏଏସ୍ ଅଧିକାରୀ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତି କିମ୍ବା ଇଣ୍ଟର-କ୍ୟାଡର ଡେପୁଟେଶନରେ ସେମାନଙ୍କ ହୋମ୍ କ୍ୟାଡରକୁ ଯିବାକୁ ପସନ୍ଦ କରୁଛନ୍ତି। ଜଣାପଡ଼ିଛି ଯେ, ୨୨ ଜଣ ଆଇଏଏସ୍ ଅଧିକାରୀ ଏବେ କେନ୍ଦ୍ର୍ରୀୟ ଡେପୁଟେଶନରେ ରହିଥିବାବେଳେ ୨ ଜଣ ସେମାନଙ୍କ ରାଜ୍ୟ କ୍ୟାଡରରେ କାମ କରୁଛନ୍ତି। ସେହିଭଳି ୨୩ ଜଣ ଆଇପିଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଥିବାବେଳେ ଜଣେ ଇଣ୍ଟର୍-କ୍ୟାଡର ଡେପୁଟେଶନରେ ଅଛନ୍ତି। କେରଳରେ ଏବେ କେବଳ ୧୦ ଜଣ ସଚିବ ପାହ୍ୟାର ଅଧିକାରୀ ଏବଂ ୧୨ ଜଣ ପ୍ରମୁଖ ସଚିବ ରହିଛନ୍ତି। ନିଜ ମୂଳ ପଦବୀ ବ୍ୟତୀତ ଏମାନେ ସମସ୍ତେ ଅନେକ ପଦବୀର ଦାୟିତ୍ୱ ସମ୍ଭାଳୁଛନ୍ତି।
Email: dilipcherian@gmail.com