Advertisement

ଆରମ୍ଭ ହେଲା ରଥ ଖୋଲା

ପୁରୀ ଅଫିସ,୨୯ା୭: ଚଳିତବର୍ଷ ୩ ରଥ ଭଙ୍ଗାଯିବ ନାହିଁ। ରଥଗୁଡ଼ିକୁ ସଂରକ୍ଷଣ କରି ରଖାଯିବ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି ତିନିରଥକୁ ସଂରକ୍ଷଣ କରି ରଖାଯିବ। ଏନେଇ ବୁଧବାରଠାରୁ ରଥ ଖୋଲା କାମ ଆରମ୍ଭ ହୋଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଖୋଲାଯାଉଛି। ଏଥିରେ ୧୫ ଭୋଇ ସେବାୟତ, ତିନିରଥର ମୁଖ୍ୟ ମହାରଣା ଏବଂ ୬ ଜଣ କମାର ସେବକ ନିୟୋଜିତ ହୋଇଛନ୍ତି। ରଥ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ୨୫ ଦିନ ସମୟ ଦିଆଯାଇଛି। ରଥ ଖୋଲିବା ସମୟରେ ଯଦି କୌଣସି ଅଂଶ ଭାଙ୍ଗିଯିବ ତାହା ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବର୍ଷତମାମ ଭକ୍ତ ଓ ପର୍ଯ୍ୟଟକମାନେ ଏହି ତିନିରଥକୁ ଦେଖିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share