ପୁରୀ ଅଫିସ,୨୧ା୫: ପୁରୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା କଟକଣା ମଧ୍ୟରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବି ଚାଲୁ ରହିଛି। ତେବେ ଏହି କାର୍ଯ୍ୟ କରୁଥିବା ମହାରଣା ସେବକମାନେ ଜଣକ ପରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ କାର୍ଯ୍ୟ ଚାଲିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ବାୟୋ ବବଲ୍ ହେଉଛି ଏକ ସୁରକ୍ଷା ବଳୟ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଭିତରେ ରଖାଯିବ। ଏପରି କରିବା ଦ୍ୱାରା ସଂକ୍ରମଣ ଭେଦ କରିପାରିବ ନାହିଁ।