ନୟାଗଡ଼ ଅଫିସ/ଦଶପଲ୍ଲା,୧୨।୨: ଶୁକ୍ରବାର ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୪୯ଖଣ୍ଡ ରଥ କାଠ ୨ଟି ଟ୍ରକରେ ପୁରୀ ପହଞ୍ଚିଛି। ଦଶପଲ୍ଲାର ପ୍ରସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ କାଠ ବୋଝେଇ ୨ ଟ୍ରକ ପୁରି ଅଭିମୁଖେ ବାହାରିଥିଲା। ଆସିଥିବା ୪୯ ଖଣ୍ଡ କାଠ ମଧ୍ୟରୁ ୧୨ ଫୁଟିଆ ଅସନ ୨୦ ଖଣ୍ଡ, ୧୨ ଫୁଟିଆ ଧଉରା ୧୯ ଖଣ୍ଡ, ୨୦ ଫୁଟିଆ ଅସନ ୧୦ ଖଣ୍ଡ ରହିଛି। ଉକ୍ତ କାଠଗୁଡିକ ଦଶପଲ୍ଲା ବନାଞ୍ଚଳର ଚଢେୟାପଲ୍ଲୀ ଏବଂ ପୋଖରୀଗୋଛା ଅଞ୍ଚଳରୁ ସଂଗ୍ରହ କରାଯାଇଥିଲା। ଦଶପଲ୍ଲା ରେଞ୍ଜର ଅଖିଳେଶ ମଲ୍ଲିକ ଏବଂ ସଦର ଫରେଷ୍ଟର ସନ୍ତୋଷ କୁମାର ଦୋରାଙ୍କ ନେତୃତ୍ୱରେ ଏହି କାଠ ସଂଗ୍ରହ କରାଯାଇଥିଲା।