କେନ୍ଦୁଝର ବଡଦାଣ୍ଡରେ ଗଡିଲା ବିଶ୍ୱର ସର୍ବ ବୃହତ ରଥ

କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଧୂମଧାମରେ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ା ଏଥିପାଇଁ କେନ୍ଦୁଝର ପୁରୁଣା ସହର ଉତ୍ସବ ମୁଖର ହୋଇପଡିଛି ା ଚଳିତ ବର୍ଷ ରଥ ଟାଣିବା ପାଇଁ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ମହିଳା ଭକ୍ତ୍‌ଙ୍କ ସଂଖ୍ୟା ବଡଡାଣ୍ଡରେ ଅଧିକ ଥିଲା ା ଏଥିପାଇଁ ସତନ୍ତ୍ର ମହିଳା ପୋଲିସ ବ୍ୟବସ୍ଥା କରାଯାଇଥିଲା। ପହଣ୍ଡି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ା ରଥଯାତ୍ରାର ସମସ୍ତ କାମକୁ ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା ପାଇଁ ଜିଲାପାଳ ଆଶୀଷ ଠାକରେ, ଏସପି ନିତିନ କୁଶଲକର ତାଗଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ା ୧୫ ପ୍ଲାଟୁନ ପୋଲିସ ଓ ୫୦ରୁ ଅଧିକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ା ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିଲା ା ଅଘଟଣାକୁ ଏଡାଇବା ପାଇଁ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।

Share