Categories: ଜାତୀୟ

ଶସ୍ତାରେ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଗୁରୁବାର କୋଭିଡ-୧୯ ଟିକାର ନୂଆ ଦର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଖବରତାଦା ସମ୍ମିଳନୀରେ କେନ୍ଦ୍ର ସରକାର କୋଭିଡ ଟିକାର ମୂଲ୍ୟ ସଂଶୋଧନ କରିଥିବା ସୂଚନା ଦେଇଥିଲେ। ପୂର୍ବରୁ ଟିକାର ଦାମ ୨୫୦ ଟଙ୍କା ରହିଥିଲା। ବର୍ତ୍ତମାନ ସରକାର ଦର କମାଇ ଟିକାର ଦାମ ୨୦୦ ଟଙ୍କା ରଖିଛନ୍ତି। ସୂଚନା ଯୋଗ୍ୟ, କୋଭିଶିଲ୍ଡ ଡୋଜ ପିଛା ୧୫୦ ଟଙ୍କାରେ ସରକାର ସିରମ୍‌ ପାଖରୁ ଆଣୁଛନ୍ତି। ପରେ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇଲେ ଟିକା ଦର ୨୦୦ ଟଙ୍କାରେ ପହଞ୍ଚିଛି।  ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ବହୁବିଧ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଉଛନ୍ତି। ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଟିକାକାରଣ ଚାଲିଛି। ଘରୋଇ ହସ୍ପିଟାଲରେ ଟିକା ନେଲେ ର୍ନିଦ୍ଧାରିତ ଦର ଅନୁଯାୟୀ ଦେୟ ଦେବାକୁ ପଡିବ।

Share