ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ରୋଷେୟା। ଏ ନେଇ ମହିଳା ଜଣକ ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ କିଛି ମାସ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଗତ ଜୁଲାଇରେ ବଳପୂର୍ବକ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ବଦନାମ କରିଦେବେ ବୋଲି ଧମକ ଦେଉଥିଲେ। ଲୋକଲଜ୍ଜା ଭୟରେ ସେ ଅଭିଯୋଗ କରୁ ନ ଥିଲେ। ଶିକ୍ଷକ ଜଣକ ବାରମ୍ବାର ନିର୍ଯାତନା ଦେବାରୁ ଏଥିରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକଙ୍କୁ ଶିକ୍ଷକଙ୍କ କାର୍ଯ୍ୟକଳାପ ବିଷୟରେ ଜଣାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସୋମବାର ଚନ୍ଦ୍ରପୁର ଥାନାକୁ ଯାଇ ଶିକ୍ଷକଙ୍କ ବିରୋଧରେ ଲିଖିତ ଭାବରେ ଅଭିଯୋଗ କରିଥିବା ସେ କହିଛନ୍ତି। ଏ ନେଇ ସହକାରୀ ଶିକ୍ଷକ ପାଢ଼ୀଙ୍କୁ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ରୋଷେୟାଙ୍କୁ ନିଜ କାର୍ଯ୍ୟରେ ଅବହେଳା କରୁଥିବା ନେଇ ମୁ ତାଗିଦ କରୁଥିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ମୋ ବିରୋଧରେ ଏଭଳି ଅଭିଯୋଗ କରିଥିବା କହିଛନ୍ତି। ଚନ୍ଦ୍ରପୁର ପୋଲିସ ଏ ନେଇ କେସ୍‌ ନଂ. ୭୪/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି। ଶିକ୍ଷକ ପାଢ଼ୀ ବର୍ତ୍ତମାନ ଫେରାର ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲିଜ୍‌ ଗୁଳି କର ନାହିଁ… ସୈନିକଙ୍କୁ ଆତଙ୍କବାଦୀ ଭାବିଦେଲେ ଲୋକେ: ଭାଇରାଲ ହେଉଛି ହୃଦୟବିଦାରକ ଭିଡିଓ

ଶ୍ରୀନଗର,୨୩।୪: ଆତଙ୍କବାଦୀଙ୍କ ହୃଦୟ ନାହିଁ। ସେମାନେ ଯେକୌଣସି ବ୍ୟକ୍ତିଙ୍କ ଜୀବନ ନେଇପାରନ୍ତି। ଏକଥା ବହୁତ ଥର ଶୁଣିଥିବେ, କିନ୍ତୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ଏହି ଭଳି...

ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ୨ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ...

Pahalgam Attack: କ୍ୟାମେରାରେ ରେକର୍ଡ ହେଲା ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ପାହାଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବା ଜଣାପଡିଛି। ଏହି...

ମୋଦିଙ୍କ ସହ ଏକାଠି ହେଲେ ଟ୍ରମ୍ପ-ପୁଟିନ୍‌, ପାକ୍‌ ଉପରେ ହେବ ବଡ଼ ଏୟାରଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ...

ପହଲଗାମ ଆତଙ୍କବାଦୀ ଆକ୍ରମଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମଓ ଦ୍ୱାରା ଜାରି...

ଉଦଳାରୁ ୱେଷ୍ଟ ବେଙ୍ଗଲ କାଠ ଚାଲାଣ : ମାଡ଼ିବସିଲା ବନ ବିଭାଗ

ଉଦଳା,୨୩।୪ (ସନ୍ତୋଷ କୁମାର ବାଛିନି): ବନ ବିଭାଗକୁ ବୋକା ବନାଇ ସମସ୍ତଙ୍କ ସାମ୍ନାରେ କରୁଥିଲେ ଲୁଟ୍‌। ଗୋଟିଏ ଜାଗା ପାଇଁ ପୁରୁଣା ଅନୁମତି ପତ୍ର ଥିବା...

ଦିଲ୍ଲୀରେ ହଲଚଲ: ଡୋଭାଲଙ୍କୁ ବଡ଼ ଦାୟିତ୍ୱ, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହା ପରେ ସେ ଆକ୍ରମଣ ସ୍ଥାନକୁ ମଧ୍ୟ ଯାଇଛନ୍ତି।...

Killers Of Pahalgam: ପହଲଗାମ ଆକ୍ରମଣରେ ସାମିଲ ଥିବା ୪ ଆତଙ୍କବାଦୀଙ୍କ ଫଟୋ ଜାରି

ଶ୍ରୀନଗର,୨୩।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଗତକାଲି ହୋଇଥିବା ଜଘନ୍ୟ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି। ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image