ମୁମ୍ବାଇ,୧୨।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ୨୦୨୧ ଆରମ୍ଭ ବହୁତ ଭଲ ନ ଥିଲା। ଦଳ ପ୍ରଥମ ମ୍ୟାଚରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୭ ଉଇକେଟ୍ରେ ପରାସ୍ତ ହୋଇଛି। କିନ୍ତୁ, ଏହି ପରାଜୟକୁ ଭୁଲି ଦଳ ଏପ୍ରିଲ ୧୬ରେ ପଞ୍ଜାବ କିଙ୍ଗସ ବିପକ୍ଷ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ, ଖେଳାଳିମାନେ ମଧ୍ୟ ଅବକାଶର ମୁହୂର୍ତ୍ତଗୁଡିକ ଉପଭୋଗ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛି। ଏଥିରେ ଖେଳାଳିମାନେ କେବଳ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁନାହାଁନ୍ତି, ବରଂ ଏକାଠି ବସି ଖାଉଛନ୍ତି। ଭିଡିଓରେ ସୁରେଶ ରାଇନା ଏବଂ ଅମ୍ବାତି ରାୟୁଡୁ ରୋଷେଇ ଘରେ ବିରିୟାନୀ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଦଳର ଅନେକ ଖେଳାଳି ରୋଷେଇ ଘରେ ନଜର ଆସିଛନ୍ତି।
ଏହା ପରେ ଦଳର କୋଚ, କର୍ମଚାରୀ ଏବଂ ସାଥୀ ଖେଳାଳିମାନେ ହୋଟେଲରେ ଏହି ଖାଦ୍ୟ ଖାଉଥିବାର ଦେଖାଯାଇଛି। ଭିଡିଓ ଆରମ୍ଭରେ ଷ୍ଟିଫେନ ଫ୍ଲେମିଂ, ମାଇକ ହସି ଏବଂ ଶାର୍ଦ୍ଦୁଲ ଠାକୁର ହୋଟେଲ ସୁଇମିଂ ପୁଲ ପାର୍ଶ୍ୱରେ ଜଳଖିଆ ଖାଉଥିବା ନଜର ଆସିଛନ୍ତି। ଏହି ସମୟରେ ଅନେକ ଖେଳାଳିଙ୍କ ପରିବାର ମଧ୍ୟ ତାଙ୍କ ସହ ବସିଥିବାର ଦେଖାଯାଇଛି। ତେବେ ଅଢେେଇ ମିନିଟର ଏହି ଭିଡିଓରେ ଚେନ୍ନାଇର ଅଧିନାୟକ ଧୋନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳି ନଥିଲା।
Food, fun and friends!
EP 4️⃣ – Anbuden Diaries serves all of the pride's tasty feasts that were cooked with a sprinkle of #Yellove #WhistlePodu 🦁💛 @SPFleming7 @quality_nz pic.twitter.com/gLBzlThTO1— Chennai Super Kings (@ChennaiIPL) April 12, 2021