Categories: ରାଜ୍ୟ

ମହାପ୍ରଭୁଙ୍କୁ ଦର୍ଶନକଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ପୁରୀ,୯ା୨(ଅଜିତ୍‌ ମହାନ୍ତି): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟ ବିଚାରପତି ସିଂ କଡ଼ା ସୁରକ୍ଷା ମଧ୍ୟରେ ରାତି ୮ଟାରେ ସପରିବାର ଆସି ପୁରୀରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ସିଂହଦ୍ୱର ସମ୍ମୁଖରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁୁ ସ୍ବାଗତ କରାଯାଇ ପାଛୋଟି ନିଆଯାଇଥିଲା। ମୁଖ୍ୟ ବିଚାରପତି ସପରିବାର ରତ୍ନସିଂହାସନ ରୂଢ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥିଲେ। ପରେ ଭିତରବେଢାରେ ଥିବା ପାର୍ଶ୍ୱଦେବଦେବୀଙ୍କ ଦର୍ଶନ କରି କିଛି ସମୟ ଅତିବାହିତ କରି ବାଇଶିପାହାଚ ଦେଇ ପ୍ରସ୍ଥାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ବିଚାରପତିଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ପତିତପାବନ ବାନା ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲାପାଳ ବିଜୟ କୁମାର ଦାଶ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଏସ୍‌ପି ପିନାକ ମିଶ୍ର, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏବଂ ପୁରୀ କୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ଏହି ସଂସ୍ଥା ୨୦୦୭-୨୦୦୮ରେ ଓଡ଼ିଶାର କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ପୁରୀ ଆଦିରେ ଶାଖା କାର୍ଯ୍ୟାଳୟ ଖୋଲି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଉକ୍ତ କର୍ମଚାରୀଙ୍କ ଦ୍ୱାରା ଅନେକ ଲୋକଙ୍କଠାରୁ ବହୁ ଟଙ୍କା ଗ୍ରହଣ କରି ଠକେଇ କରିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ନିକଟରେ ବହୁ ଲୋକ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ଏଥିସହ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ମଧ୍ୟ ୪ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରିଥିଲା। ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ନିକଟରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାକୁ ଆଧାର କରି ଇଡି ତଦନ୍ତକୁ ଆଗକୁ ବଢ଼ାଇଛି। ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଖୋଳତାଡ ଆରମ୍ଭ କରିବା ସହ ସଂସ୍ଥାର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚରା ଆରମ୍ଭ କରିଛି। ତେବେ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇକୁ ହାଇକୋର୍ଟ ଗତବର୍ଷ କଟକ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ୮ହଜାର ଟଙ୍କାରୁ କମ୍‌ ନିବେଶକାରୀଙ୍କୁ ୨ ମାସ ମଧ୍ୟ ଟଙ୍କା ଫେରାଇଦେବାକୁ ନିର୍ଦ୍ଦେଶ ହୋଇଥିଲା।

Share