ଭୁବନେଶ୍ୱର,୪।୧(ବ୍ୟୁରୋ): ସୋମବାର ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର। ସକାଳ ୯.୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥପାଠ କରାଇବେ।
ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର ରବିବାର ଭୁବେନଶ୍ବରରରେ ପହଞ୍ଚିଥିବା ବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।
ଜଷ୍ଟିସ ଡକ୍ଟର ଏସ୍ ମୁରଲୀଧର ୧୯୮୪ରେ ଚେନ୍ନାଇଠାରେ ଆଇନ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀକୁ ସ୍ଥାନାନ୍ତର ହୋଇ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଓକିଲାତି କରିଥିଲେ।