ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ପଡ଼ୁଥିବାରୁ ୯ ତାରିଖ ସୋମବାର ମଧ୍ୟ ଛୁଟି ରହିବ।

ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେରିଆଲ କୋର୍ଟ (କାର୍ଯ୍ୟ ନିର୍ବାହୀ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share