୨୮୯ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍‌ଅପ୍‌ ସବ୍‌ସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ଏଥିରେ ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ପ୍ୟାକେଜ୍‌ରେ ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪୦% ଏମ୍‌ଏସ୍‌ଏମ୍‌ଇ ପାଇଁ ୧୦୮ କୋଟିର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

Share