ଦୀପ୍‌ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧୦(ଅସମାପିକା ସାହୁ): ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍‌ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

୧୯ତମ ଏସୀୟ ଗେମ୍ସ ହାଙ୍ଗଝୋ ୨୦୨୩ରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ବୀକାର କରିବା ସହ ତାଙ୍କୁ ରାଜ୍ୟ ଯୁବପିଢ଼ିଙ୍କ ପାଇଁ ଏକ ଆଦର୍ଶ ବୋଲି କହି ଦୀପ ଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୀପ୍‌ ଗ୍ରେସ ଦେଶର ଆଥ୍‌ଲେଟିକ୍ସଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି। କିଛି ଚମତ୍କାର ପ୍ରଦର୍ଶନ ସହିତ ଦୀପ ତାଙ୍କର ଦୃଢ଼ତା ପ୍ରମାଣ କରିଛନ୍ତି ଏବଂ ମୁଁ ନିଶ୍ଚିତ ଯେ, ସେ ଭାରତକୁ ଗର୍ବିତ କରିବେ।

ସୁନ୍ଦରଗଡ଼ ଜିଲାର ଲୁଲକିଡିହି ଗ୍ରାମରୁ ଆସିଥିବା ୨୮ ବର୍ଷୀୟା ଦୀପ୍‌ ଗ୍ରେସ୍‌ ୨୦୧୧ରେ ଆର୍ଜେଣ୍ଟିନାରେ ଫୋର୍‌ ନେଶନ ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରବେଶ କରିଥିଲେ। ସେବେଠାରୁ ସେ ଜାତୀୟ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛନ୍ତି। ମେ’ ୨୦୨୩ରେ ସେ ୨୫୦ ଅନ୍ତର୍ଜାତୀୟ କ୍ୟାପ ଶେଷ କରିଥିଲେ।
ସେ ଭାରତୀୟ ଦଳର ଏକ ଅଂଶ ଯିଏକି ରିଓ ଅଲିମ୍ପିକ ଗେମ୍ସରେ ଅଂଶଗ୍ରହଣ କରିଥିଲେ। ୧୯୮୦ ପରଠାରୁ ଭାରତୀୟ ଇଭେସ ଏବଂ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ପ୍ରଥମ ପ୍ରଦର୍ଶନ କରିଥିଲେ। ସେ ମହିଳା ଏସିଆ କପ୍‌ ୨୦୧୩ରେ ବ୍ରୋଞ୍ଜ ପଦକ, ୨୦୧୬ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୭ରେ ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୧୮ରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସିଲଭର, ୧୮ତମ ଏସୀୟ ଗେମ୍ସରେ ସିଲଭର ଜିତିଥିଲେ। ଜାକର୍ତ୍ତା-ପାଲେମ୍ବାଙ୍ଗ ଏବଂ ବର୍ମିଂହାମ ୨୦୨୨ କମନଓ୍ବେଲ୍‌ଥ ଗେମ୍ସରେ ବ୍ରୋଞ୍ଜ ପାଇଥିଲେ। ୨୦୨୨ରେ ସ୍ପେନରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ମହିଳା ଜାତୀୟ କପ୍‌ରେ ଭାରତର ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share