ଯୁକ୍ତ ୨ ପରୀକ୍ଷା ବାତିଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। କରୋନା ପାଇଁ ପରୀକ୍ଷା ସମ୍ଭବ ହେଉ ନ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷାଠାରୁ ଛାତ୍ରୀଛାତ୍ରଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ପରିସ୍ଥିତି ସ୍ବାଭାବିକ ହେଲେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି କେବେ ପରୀକ୍ଷା କରାଯିବ ସେନେଇ ସିଏଚ୍‌ଏସ୍‌ଇ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିର୍ଦ୍ଦିଷ୍ଟ ସମୟରେ ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର। ସେହିପରି ଦୁଇଦିନ ତଳେ ସିବିଏସ୍‌ଇ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଥିଲା।

Share