ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ହେଲେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେନି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍‌ ଯୋଗୁ ଗତ ଦେଢ଼ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛେ। ତେଣୁ ନବୀନ ନିବାସ ନ ଆସି ମହତ୍‌ କାର୍ଯ୍ୟରେ ସାମିଲ ହେବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହା ତାଙ୍କ ପାଇଁ ସବୁଠୁ ବଡ଼ ଶୁଭେଚ୍ଛା ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣ ଓ କଟକଣା ଯୋଗୁ ନିରାଡ଼ମ୍ବର ଭାବେ ପାଳନ କରିଥିଲେ।

Share