ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ…

ଭୁବନେଶ୍ୱର,୩୧ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି ଭୁବନେଶ୍ୱରର ୧ ନଂ ହାଟ ପାଖ ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଛନ୍ତି। ମୁଖ୍ୟମନ୍ତ୍ରୀ ଦୀପ, ଆଖୁ ଏବଂ ନଡ଼ିଆ ଆଦି ସାମଗ୍ରୀ କିଣିଛନ୍ତି। ସାଧାରଣ ମଣିଷଙ୍କ ପରି ଉଭୟେ କିଣାକିଣି କରିଥିଲେ। ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି।

ଏସବୁ ସାମଗ୍ରୀ କିଣିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଫୁଟ୍‌ପାଥରୁ ହିଁ ଜିନିଷ କିଣେ। ସମସ୍ତେ ଓଡ଼ିଶା ଜିନିଷ ପ୍ରତି ପ୍ରାଧାନ୍ୟ ଦେବାର ରହିଛି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଏଠାରେ ରହିଆସୁଛି। ମୋ’ କ୍ୱାର୍ଟର ଏହି ପାଖରେ। ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ମୁଁ ରାସ୍ତାକଡ଼ ବିକ୍ରେତାଙ୍କଠାରୁ ଜିନିଷ କିଣିବାକୁ ପସନ୍ଦ କରେ। ଏହା ଦ୍ୱାରା ଓଡ଼ିଆ ଅସ୍ମିତା ଏବଂ ସ୍ଥାନୀୟ ବିକ୍ରେତାଙ୍କୁ ଗୁରୁତ୍ୱ ଦେଇଥାଏ। ଫଳରେ ଓଡ଼ିଶା ଜିନିଷର ପ୍ରାଧାନ୍ୟ ବଢ଼ିବ।

ଅନ୍ୟପକ୍ଷରେ ବିକ୍ରେତା ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ମଣିଷ ଭାବରେ କିଣାକିଣି କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୁଁ ଆଖି ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ମୋତେ ୨୦୦୦ ଟଙ୍କା ଦେଲେ। ଯାହା ପାଇ ମୁଁ ବହୁତ ଖୁସି ବୋଲି ବିକ୍ରେତା ଜଣକ କହିଛନ୍ତି।

ଆଉ ଜଣେ ବିକ୍ରେତା କହିଛନ୍ତି, ମୁଁ ଖୁସି ଯେ, ବଡ଼ବଡ଼ିଆ ଲୋକ ନାମୀଦାମୀ ଶପିଂ ମଲ୍‌କୁ ଯାଇ କିଣାକିଣି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆମ ପରି ଗରିବଙ୍କ ଦୁଃଖ ବୁଝିପାରି ଆମଠାରୁ କିଣିଛନ୍ତି। ଯାହା ମୋତେ ବହୁତ ଖୁସି ଦେଉଛି। ମୁଁ ତାଙ୍କୁ ପାଖରେ ଦେଖି ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଜଣେ ଦୟାଳୁ ଲୋକ ବୋଲି ବିକ୍ରେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା...

ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ

ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା...

ଝାଡ଼ଖଣ୍ଡରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା, ମୁହାଁମୁହିଁ ହେଲେ ଦୁଇ ମାଲଗାଡ଼ି

ରାଞ୍ଚି,୧।୪: ଝାଡ଼ଖଣ୍ଡର ବରହେଟରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ...

ଜାତୀୟ ଶିକ୍ଷାନୀତିକୁ ନିନ୍ଦାକଲେ ସୋନିଆ

ନୂଆଦିଲ୍ଲୀ,୧।୪(ପି.ଟି.): କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ନିନ୍ଦା କରିଛନ୍ତି। କ୍ଷମତାର କେନ୍ଦ୍ରୀକରଣ, ବ୍ୟବସାୟୀକରଣ, ଘରୋଇ ସେକ୍ଟରରେ ପୁଞ୍ଜିନିବେଶର ଆଉଟ୍‌ସୋର୍ସିିଂ ଏବଂ ପାଠ୍ୟପୁସ୍ତକଗୁଡ଼ିକର...

ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍‌ ଦୋଷୀ

ପ୍ୟାରିସ୍‌,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍‌-ରାଇଟ୍‌ ନେତ୍ରୀ ମାରିନ୍‌ ଲି ପେନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ...

ବିସ୍ତାର ପାଇଁ ଚାଇନାକୁ ବାଂଲାଦେଶର ଆମନ୍ତ୍ରଣ

ନୂଆଦିଲ୍ଲୀ,୧।୪: ବାଂଲାଦେଶ ଅନ୍ତରୀଣ ସରକାରର ଉପଦେଷ୍ଟା ମହମ୍ମଦ ୟୁନୁସ୍‌ ବଙ୍ଗୋପସାଗର ଅଞ୍ଚଳରେ କ୍ଷମତା ବିସ୍ତାର ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି, ଯାହା ପରୋକ୍ଷରେ ଭାରତର ଉତ୍ତରପୂର୍ବାଞ୍ଚଳ...

ଆଜିଠୁ ଝଡ଼ବର୍ଷା: ଏହି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩୧ା୩: ଆସନ୍ତା କିଛିଦିନ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ଏପ୍ରିଲରୁ ଜୁନ୍‌ ମଧ୍ୟରେ ପୂର୍ବଭାରତ, ଉତ୍ତର-ପଶ୍ଚିମ ଭାରତ ସହ ଅନ୍ୟାନ୍ୟ...

ବଡ଼ ପଦକ୍ଷେପ: ଆଜିଠୁ ନିଷ୍କ୍ରିୟ ମୋବାଇଲ ନମ୍ବରରେ ମିଳିବନି UPI ସେବା

ଭୁବନେଶ୍ୱର,୧ା୪: ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍‌ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image