ଭୁବନେଶ୍ୱର,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମହିଳାଙ୍କୁ ଗଭୀର ସମ୍ମାନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମହିଳା ଆତ୍ମନିର୍ଭରଶୀଳ, ପ୍ରଗତିକାମୀ, ଉଦ୍ୟମୀ ଏବଂ ସଶକ୍ତ। ବିଶେଷକରି କୋଭିଡ୍ ସଂଗ୍ରାମରେ ପୁରୁଷଙ୍କ ସହିତ ସହଭାଗୀ ହୋଇ ନିଜ ପାଇଁ ସମାଜରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଥିବା ପ୍ରତ୍ୟେକ ମହିଳାଙ୍କୁ ସେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।