ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ସୋମବାର ଦମ୍‌ଦାର ପ୍ରଦର୍ଶନ କରି ଇତିହାସ ରଚିଛି ଭାରତୀୟ ହକି ଟିମ୍‌ । ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିବା ପରେ ମହିଳା ହକି ଟିମ୍‌କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଏହି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ମହିଳା ହକି ଦଳ ଏହି ବିଜୟ ଅଭିଯାନ ବଜାୟ ରଖୁ। ଭାରତୀୟ ମହିଳା ହକି ଦଳ ଦେଶର ସମ୍ମାନ ବଜାୟ ରଖୁ।’

ସୂଚନାଯୋଗ୍ୟ, ଭାରତ ପ୍ରଥମଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ଭାରତ। ଭାରତ ପକ୍ଷରୁ ଗୁରଜିତ୍‌ କୌର ଗୋଲ୍‌ ଦେଇଛନ୍ତି। ମହିଳା ଟିମ୍‌ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି।