ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ପାଇଁ ବଡ଼ କ୍ଷତି

ଭୁବନେଶ୍ୱର,୭।୧୧: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋରରେ ପରଲୋକ ଘଟିଛି। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏହାସହ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସିଖବର: ବଢିବ ଦରମା! ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୬।୧: ରାଜ୍ୟ ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବଢ଼ିପାରେ। ଏ ନେଇ ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ...

୧୮ରୁ ଚିଲିକାରେ ପକ୍ଷୀଗଣନା

ବାଲୁଗାଁ,୧୬ା୧: ଚଳିତମାସ ୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ,...

ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ଖବର ଉପରେ ବଡ଼ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୬।୧: ରାଜ୍ୟରେ ଏବେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ତେବେ ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ଖବର ଭାଇରାଲ...

ପୁଣି ପାଣ୍ଡିଆନ ସକ୍ରିୟ! ଶଙ୍ଖ ଭବନରେ ଚାଲିଛି ବଡ଼ ପ୍ଲାନ, ଭାଜପା କହିଲା…

ଭୁବନେଶ୍ୱର,୧୬।୧: ପୁଣି ସକ୍ରିୟ ହୋଇ ଉଠିଲେଣି କାର୍ତ୍ତିକ ପାଣ୍ଡିଆନ। ଏବେ ନବୀନ ନିବାସରେ ଚାଲୁନି ନବୀନ ଦରବାର। ଏବେ ପୁଣି ପାଣ୍ଡିଆନଙ୍କ ହୁକୁମ ଚାଲିଲାଣି। ବିଜେଡିର...

ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର

ଦେବଗଡ଼,୧୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ଫରେଷ୍ଟ ସ୍କ୍ବାଡ୍‌ କର୍ମଚାରୀ ଗୁରୁତର...

ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍‌ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର...

ଓଡ଼ିଶା ସ୍ବାସ୍ଥ୍ୟସେବାରେ ମୋଦି ଗ୍ୟାରେଣ୍ଟି

ଓଡ଼ିଶାର ସ୍ବାସ୍ଥ୍ୟସେବା ଇତିହାସରେ ଜାନୁଆରୀ ମାସ ୧୩ ତାରିଖ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ...

‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ଯ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image