ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଧ୍ୟାହ୍ନ ୧୨ଟା ୫୫ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଏଠାରେ ଓହ୍ଲାଇଥିଲେ। ତାଙ୍କ ସହ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଆସିଥିଲେ। ଘସିପୁରା ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ଲୋକ ସଭା ଏମ୍‌ପି ଧନୁର୍ଜୟ ସିଦ୍ଧୁ ଏବଂ ଆନନ୍ଦପୁର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ପାରମ୍ପାରିକ ନୃତ୍ୟ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପ୍ରଚଣ୍ଡ ଖରା ସତ୍ତ୍ୱେ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷଙ୍କ ସମାଗମ ହୋଇଥିଲା। ପୂର୍ବତନ ବିଧାୟକ ମାୟାଧର ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବାବଦରେ ମତ ରଖିବା ସହ ଦୁଇଥର ଶଙ୍ଖଚିହ୍ନରେ ଭୋଟ୍‌ ଦେଇ ବିଜେଡିକୁ ବିଜୟୀ କରିବାକୁ ଆଶୀର୍ବାଦ ମାଗିଥିଲେ।

ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର କହିଥିଲେ, ଆନନ୍ଦପୁର ମାଟିରୁ କଂଗ୍ରେସ ଏବଂ ଭାଜପା ମୂଳପୋଛ ହେବା ଆଜିର ବୈଠକରେ ଜନ ସମୁଦ୍ର ତା’ର ପ୍ରମାଣ ଅଟେ। ବିରୋଧୀ ଆମଦାନୀ ନେତାଙ୍କ ଜରିଆରେ ପ୍ରଚାର କରୁଥିବା ବେଳେ ବିଜେଡି ଏଥର ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହେବେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଭଉଣୀ, ଭାଇଙ୍କୁ ନମସ୍କାର ଏବଂ ଜୁହାର କହି ସମ୍ବୋଧନ କରିବା ସହ ଖରାରେ ଆସିଥିବାରୁ ଧନ୍ୟବାଦ ଦେଇଥିଲେ। ମମତା ଯୋଜନା, ଲକ୍ଷ୍ମୀ ବସ୍‌, ବିଏସ୍‌କେଓ୍ବାଇ କାର୍ଡ, କାଳିଆ ଯୋଜନା ପରି ବିଭିନ୍ନ ଉନ୍ନତିମୂଳକ ଯୋଜନା ଭଲକି କହି ଉପସ୍ଥିତ ଜନତା ପ୍ରଶ୍ନ କରିଥିଲେ। ଆସନ୍ତା ଜୁଲାଇରୁ ବିଦ୍ୟୁତ୍‌ ବିଲ୍‌ ଛାଡ଼ ହେବ ଏବଂ ଆପଣମାନେ ଖୁସି ତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିରୋଧୀ ଦଳ ମିଛ କହୁଛନ୍ତି ଏବଂ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ଶଙ୍ଖଚିହ୍ନରେ ଭୋଟ୍‌ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ନବୀନ ଆହ୍ବାନ ଦେଇଥିଲେ।

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ, ଜନ ସମୁଦ୍ର ଦେଖି ବିରୋଧୀ ଦଳ ନେତାଙ୍କ ନିଦ ଭାଙ୍ଗିଗଲା। ସମସ୍ତେ ଶଙ୍ଖଚିହ୍ନରେ ଦୁଇ ଥର ଭୋଟ୍‌ ଦେଇ ବିଜୟୀ କରାଇବେ ବୋଲି କହିଥିଲେ। ଆମ ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦସ୍ତଖତ କରିବେ। ବିରୋଧୀ ଦଳ ନେତାମାନେ ଭାଙ୍ଗି ପଡ଼ିବା ସହ ମାଗଣା ବିଜୁଳି ବିରୋଧୀଙ୍କୁ ପୂରା ଶକ୍‌ ମାରୁଛି। ଦିନରେ ବିରୋଧୀ ଲୋକଙ୍କୁ ଲଣ୍ଠନ ଦେଖାଉଛନ୍ତି ବୋଲି ପାଣ୍ଡିଆନ କହିଥିଲେ। ଦେବପ୍ରିୟ ପାତ୍ର,ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ,ଅମରେନ୍ଦ୍ର ଧଳ,ପୂର୍ବତନ ବିଧାୟକ ମାୟାଧର ଜେନା,ସାବିତ୍ରୀ ସେଠୀ,ମୁନା ସାମଲ, ଜିତେନ୍ଦ୍ର ସାମଲ,ରବୀନ୍ଦ୍ର ନାୟକ, ବୈଦ୍ୟନାଥ ସାମଲ, ବିମ୍ବାଧର ବିଶ୍ୱାଳ, ସୁକାନ୍ତି ଜେନା, ସୋମନାଥ ଦାସ, ଧବଳେଶ୍ୱର ପଟ୍ଟନାୟକ, ବାପି ରାମ, ସୁରେନ୍ଦ୍ର ଜେନା, କୌଶଲ୍ୟା ସେଠୀ, ବୀରେନ୍ଦ୍ର ବିଶ୍ୱାଳ, ରଙ୍ଗାଧର ମଲ୍ଲିକ, ବିକ୍ରମ ବିଶ୍ୱାଳ, ଚିନୁ ପେଡା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ, ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା, ନନ୍ଦୀପଦା ଆଇଆଇସି ରବୀନ୍ଦ୍ର ପାତ୍ର, ସୋସୋ ଆଇଆଇସି ବିଜୟ ବିହାରୀ, ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର ଥାନା ଆଇଆଇସି, ହାଟଡିହୀ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ପୂର୍ତ୍ତବିଭାଗ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସୌମ୍ୟଜିତ୍‌ ଏବଂ ଜେସିକାଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଯୋଡ଼ିଶଙ୍ଖରେ ଭୋଟ୍‌ ଦେବାକୁ କହିଥିଲେ। ଅଭିନେତା ଦେବାଶିଷ ପାତ୍ର ଏବଂ ଅଭିନେତ୍ରୀ ପୁନମ ମିଶ୍ରଙ୍କ ଦ୍ୱାରା ପ୍ରଚାର କରାଯାଇ ଯୋଡ଼ି ଶଙ୍ଖକୁ ବହୁ ସଂଖ୍ୟାରେ ଭୋଟ୍‌ ଦେଇ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମଚରିତ ମାନସ କଥାମୃତ ଉଦ୍‌ଯାପିତ

ଦିଗପହଣ୍ଡି,୨୭ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ୱାର ସମ୍ମୁଖରେ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ...

ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ସର୍ବେଶ୍ୱର ସାହୁ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗତ ମାର୍ଚ୍ଚ...

ସମାନ କାମକୁ ସମାନ ଦରମା ଦିଆଯାଉ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ବେଲଗୁଣ୍ଠା ଟାଉନ ହଲଠାରେ ରବିବାର ଓଡ଼ିଶା ଆଉଟସୋର୍ସିଂ ପୌର କର୍ମଚାରୀ ସଂଘର ଜିଲା ସଭାପତି ପ୍ରଶାନ୍ତ ପରିଛାଙ୍କ ସଭାପତିତ୍ୱରେ ସଂଘର ଗଞ୍ଜାମ ଜିଲା...

ଡେଡଲାଇନ୍‌ ଶେଷ, ଏବେ ପାକିସ୍ତାନ ଉପରେ ହେବ ଡାଇରେକ୍ଟ ଆଟାକ୍‌!

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ କିଛି...

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ CAITର ବଡ଼ ନିଷ୍ପତ୍ତି: ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ, ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ...

ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ...

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?

ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ...

ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image