ପ୍ରାକ ବଜେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରଖିଲେ ପ୍ରତିକ୍ରିୟା, କହିଲେ ଆଗାମୀ ବଜେଟରେ…

ଭୁବନେଶ୍ୱର,୧୨।୭: ପ୍ରାକ ବଜେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ ପାଇଁ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା। ବିଭିନ୍ନ ବର୍ଗର ଲୋକେ ନିଜ ନିଜର ମତାମତ ଦେଇଛନ୍ତି। ୨୬ଜଣ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି। ସମସ୍ତଙ୍କ ମତାମତକୁ ନେଇ ବଜେଟ ପ୍ରସ୍ତୁତ ହେଉଛି। ଆଗାମୀ ବଜେଟ ଓଡ଼ିଶା ବିକାଶରେ ସହାୟକ ହେବ। ୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ। ଲୋକଙ୍କ ଆଶା ପ୍ରତିଫଳିତ କରିବାକୁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୨୫ରେ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଏହା ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ପ୍ରାକ ବଜେଟ ପରାମର୍ଶ ବୈଠକ ଆୟୋଜିତ ହୋଇଛି। ବୈଠକରେ ବିଭିନ୍ନ ବର୍ଗର ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହୋଇଥିଲେ। ୨୦୨୪-୨୫ ବଜେଟ ରୂପରେଖ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।