ସ୍ବାଭିମାନ ଅଞ୍ଚଳରେ ପ୍ରତି ପରିବାରକୁ ସ୍ମାଟଫୋନ ଦେଲେ ମୁଖ୍ୟମନ୍ତ୍ରୀ

ଚିତ୍ରକୋଣ୍ଡା,୧୭।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ର ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ସ୍ମାର୍ଟଫୋନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇ ବିକାଶ କାମର ସମୀକ୍ଷା କରିଛନ୍ତି। ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗାଡା, ପାପରମେଟଲା, ଧୂଳିପୁଟ ଓ ରାଲେଗଡା଼ ପଞ୍ଚାୟତର ୬୯୧୭ ପରିବାରକୁ ଦୀପାବଳି ଭେଟି ସ୍ବରୂପ ମୋବାଇଲ ଉପହାର ଦିଆଯାଇଛି। କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, କଟକ ସଦର ବିଧାୟକ ତଥା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ଜିଲାପାଳ ୱାଇ ବିଜୟ, ଏସପି ଋଷିକେଶ ଡି.ଖିଲାରି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ମାନସ ମାଡକାମି, ଜିଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମିଙ୍କ ଉପସ୍ଥିତିରେ ଏବଂ ଜିଲାର ବହୁ ଅଧିକାରୀଙ୍କ ସହଯୋଗରେ ଆଜିର ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନ ଉତ୍ସବରେ ସ୍ବାଭିମାନ ଅଞ୍ଚଳର ୭ ଜଣଙ୍କୁ ମୋବାଇଲ ପ୍ରଦାନ କରାଯାଇଥିଲା। ମଙ୍ଗଳବାରଠାରୁ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୬୯୧୭ ପରିବାରକୁ ଶିକ୍ଷକଙ୍କ ଦାରା ପ୍ରଦାନ କରାଯିବ ମୋବାଇଲ। ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାରା ଗୁରୁପ୍ରିୟା ସେତୁ ଉଦଘାଟନ ସମୟରେ ସ୍ବାଭିମାନ ଅଞ୍ଚଳର ସ୍ବତନ୍ତ୍ର ବିକାଶ ପାଇଁ କଲେ ୧୦୦ କୋଟି ଟଙ୍କାର ଘୋଷଣା କରିଥିଲେ। ଏବେ ସ୍ବାଭିମାନ ଅଞ୍ଚଳରେ ପ୍ରଗତି ପଥେ ବିକାଶ ଅଭିମୁଖେ ଆଗେଇ ଚାଲିଛି। ସ୍ବାଭିମାନ ଅଞ୍ଚଳକୁ ଆଗୁଆ ଅଞ୍ଚଳ ରୂପେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାକୁ ଦୁଇ ଶହ ପନ୍ଦର କୋଟି ଟଙ୍କାକୁ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମକୁ ଭିଡିଓ କନଫରରେନସ ଦ୍ୱାରା ଉଦଘାଟନ କରିବା ସହ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ଉପସ୍ଥିତିରେ ସ୍ବାଭିମାନ ଅଞ୍ଚଳର ତିନି ଜଣ ଗୋରାସେତୁରୁ କୁସୁମଣି ଖିଲ, ବିଡାନପାକନାରୁ ଦଇମତି ଗଲରି, ପାପରମେଟଲାର ପୂର୍ବତନ ସରପଞ୍ଚ ସୀତାରାମ ଗଲରି ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଥିଲେ।

 

Share