ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଘରେ ରହି ଲୋକେ ପହିଲି ରଜ ପାଳିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ‘ରଜ ପର୍ବ’ର ଶୁଭେଚ୍ଛା ଜଣାଇଛନ୍ତି। ରଜ ହେଉଛି ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ୱର ମହନୀୟତାର ପର୍ବ। ସମାଜ ପାଇଁ ନାରୀଙ୍କ ଅବଦାନକୁ ସମ୍ମାନ ଜଣାଇବାର ପର୍ବ। ଛୋଟ ଝିଅଙ୍କଠାରୁ ମା’ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପୋଷଣ, ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ ହେବା ସହ କୋଭିଡ୍‌ ସ୍ଥିତିରେ ଘରେ ରହି ରଜ ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଛନ୍ତି।

Share